୫୦ ଜଣଙ୍କ ମୁଣ୍ଡ କାଟିଲେ ଆଇଏସ୍‌ ଆତଙ୍କବାଦୀ

ନୂଆଦିଲ୍ଳୀ : ଇସ୍ଲାମିକ ଷ୍ଟେଟ୍‌ (ଆଇଏସ୍‌) ସହ ସମ୍ପୃକ୍ତ ଆତଙ୍କବାଦୀମାନେ ମୋଜାମ୍ବିକ୍‌ର କାବୋ ଡେଲଗାଡୋ ଅଞ୍ଚଳରେ ୫୦ ଜଣ ନାଗରିକଙ୍କ ମୁଣ୍ଡ କାଟିଛନ୍ତି। ସୋମବାର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରୁ ଏହା ଜଣାପଡ଼ିଛି।

ଗଣମାଧ୍ୟମକୁ ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ଆତଙ୍କବାଦୀମାନେ ଫୁଟବଲ୍‌ ପଡ଼ିଆରେ ସମସ୍ତଙ୍କ ମୁଣ୍ଡ-ଗଣ୍ଡି ଅଲଗା କରିବା ପରେ ଛୋଟ ଛୋଟ ଖଣ୍ଡରେ ପରିଣତ କରିଥିଲେ। ଏହି ଆତାଙ୍କବାଦୀମାନେ ଇସ୍ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ସହ ଜଡ଼ିତ ଅଛନ୍ତି। କାବୋ ଡେଲଗାଡୋ ପ୍ରତି ସରକାରଙ୍କ ଆନ୍ତରିକତା ନଥିବାରୁ ଏହା ଏକ ବିଶୃଙ୍ଖଳିତ ଗୋଷ୍ଠୀ ଦ୍ଵାରା ପରିଚାଳିତ ହେଉଛି। ଗରିବୀ ଓ ବେରୋଜଗାରକୁ ପ୍ରସଙ୍ଗ କରି ସେଠାକାର ଯୁବପୀଢ଼ୀଙ୍କୁ ଆତଙ୍କବାଦୀମାନେ ସେମାନଙ୍କ ଗ୍ରୁପ୍‌ରେ ସାମିଲ ହେବାକୁ ପ୍ରେରଣା ଦେଉଛନ୍ତି। ତେବେ ଶୁକ୍ରବାର ରାତିରେ ଆତଙ୍କବାଦୀମାନେ ‘ଆହ୍ଲାଉ ଆକବର’ ଉଚ୍ଚାରଣ କରି ଗୁଳି ଚାଳନା କରିବା ସହ ନାଞ୍ଜବା ଗାଁର ଘର ଗୁଡ଼ିକରେ ନିଆଁ ଲଗାଇଦେଇଥିଲେ। ଏହି ଆକ୍ରମଣରୁ ରକ୍ଷା ପାଇଯାଇଥିବା ଜଣେ ବ୍ୟକ୍ତି ଗଣମାଧ୍ୟମକୁ ଏନେଇ କହିଥିବା ଜଣାପଡ଼ିଛି।

ଏପ୍ରିଲ ମାସରେ ମଧ୍ୟ ଅନୁରୂପ ଘଟଣା ଘଟିଥିଲା। ସେମାନଙ୍କ ଗ୍ରୁପ୍‌ରେ ସାମିଲ ହେବାକୁ ମନା କରିବାକୁ ୫୦ ଯୁବକଙ୍କୁ ମୁଣ୍ଡ କାଟ କରିଥିଲେ ଆତଙ୍କବାଦୀ। କିନ୍ତୁ ମାନାବଧିକାର ଗ୍ରୁପ୍‌ ଦେଶର ସେନା କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଥିଲା। ଏଭଳି ଗ୍ରୁପ୍‌କୁ ଦମନ କରିବା ଆଳରେ ମୋଜାମ୍ବିକ୍‌ ସେନା ମାନାବାଧିକାର କ୍ଷୂର୍ଣ୍ଣ କରୁଥିବା ଅଭିଯୋଗ ହୋଇଥିଲା।

ମତାମତ ଦିଅନ୍ତୁ ।