Breaking Newsଅପରାଧ

୫୨ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗର ଜବତ, ୨ ଗିରଫ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରରୁ ଆଜି ୫୨୦ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୫୨ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ କମିସନରେଟ ପୋଲିସ୍‌ର କୁଇକ୍‌ ଆକ୍ସନ ଟିମ୍‌ ୨ ଜଣଙ୍କୁ ଗିରଫ କରିଛି।

ଖବର ଅନୁଯାୟୀ ବ୍ରାଉନ ସୁଗର କାରବାର ସମ୍ପର୍କରେ ସୂଚନା ପାଇ ପୋଲିସ ଟିମ୍‌ ଆଜି ସକାଳୁ ତମାଣ୍ଡୋ ଅଞ୍ଚଳର ପାଟଶାଣୀ ଢାବା ଉପରେ ଚଢ଼ଉ କରିଥିଲେ। ଏହି ସମୟରେ ବ୍ରାଉନ ସୁଗର ଚାଲାଣ କରୁଥିବା ଦୁଇଜଣଙ୍କୁ ଗିରଫ କରିଥିଲା। ସେମାନେ ହେଲେ ଜିଲ୍ଲା ଜଳେଶ୍ଵର ରାଜପୁର ବସ୍ତିର ନସୀମଉଦ୍ଦୀନ ଓରଫ ପପୁ ଓ ଭୁବନେଶ୍ଵର ରସୁଲଗଡ଼ ଚିତ୍ତରଂଜନ ରାଉତରାୟ।

ମତାମତ ଦିଅନ୍ତୁ ।

Back to top button