୫୬ ବର୍ଷରେ ପାଦ ଥାପିଲେ ଅମିତ ଶାହ

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ୫୬ ବର୍ଷରେ ପାଦ ଥାପିଛନ୍ତି. ଜନ୍ମଦିନ ଅବସର​ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୀୟୁଷ ଗୋଏଲ, ନିତିନ ଗଡ଼କରି ଓ ଯୋଗୀ ଆଦିତ୍ୟନାଥଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ମୋଦି ଜନ୍ମଦିନର ଶୁଭେଚ୍ଛା ସହ କହିଛନ୍ତି ଯେଉଁ ପ୍ରକାରରେ ସେ ଦେଶର ବିକାଶ ଦିଗରେ ଯୋଗଦାନ ଦେଉଛନ୍ତି ତାର ସମସ୍ତେ ସାକ୍ଷୀ ଅଛନ୍ତି। ବିଜେପିକୁ ମଜବୁତ କରିବା ଦିଗରେ ତାଙ୍କର ଯୋଗଦାନ ଖୁବ୍ ଗୁରୁତ୍ଵପୂଣ୍ଣ। ଈଶ୍ଵର ତାଙ୍କୁ ଭାରତର ସେବା ପାଇଁ ସୁସ୍ଥ ଜୀବନ ପ୍ରଦାନ କରନ୍ତୁ ବୋଲି ସେ କାମନା କରିଛନ୍ତି। ସେହିପରି ଯୋଗୀ, ନୀତିନ ଗଡ଼କରି, ପୀୟୁଷ ଗୋଏଲ ମଧ୍ୟ ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନ କାମନା କରି ଶୁଭେଚ୍ଛା ଜଣାଇଛନ୍ତି।

ମତାମତ ଦିଅନ୍ତୁ ।