୫ଟି ପ୍ରଶ୍ନ ପଚାରିଲା ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର : ଆସନ୍ତା ୮ ତାରିଖ ଦିନ ପାଳନ ହେବାକୁ ଯାଉଛି ବିଶ୍ୱ ଆନ୍ତର୍ଜାତିକ ମହିଳା ଦିବସ। ରାଜ୍ୟର ୧୪୭ଟି ବିଧାନସଭା କ୍ଷେତ୍ରରେ ଶାସକ ବିଜେଡି ଏହି ଦିବସକୁ ପାଳନ କରିବାର ଘୋଷଣା କରିଥିବା ବେଳେ ବିଜେପି ମହିଳା ମୋର୍ଚ୍ଚା ପଚାରିଛି ୫ଟି ପ୍ରଶ୍ନ।

ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ କହିଛନ୍ତି ସରକାର ଏହାର ଉତ୍ତର ରଖନ୍ତୁ। ସେ କରିଥିବା ପ୍ରଶ୍ନ ମଧ୍ୟରେ ୨୧ ବର୍ଷରେ କେତେ ମହିଳାଙ୍କ କୋଳ ଖାଲି ହୋଇଛି। କେତେଜଣ ନାବାଳିକାଙ୍କର ହୋଇଛି ବଳାତ୍କାର ଓ ହତ୍ୟା। ଦାଦନ ଖଟିବାକୁ କେତେ ଓଡିଆ ପୁଅ ବାହାରକୁ ଯାଇଛନ୍ତି। ଦଳୀୟ ଆଧାରରେ ନାଁ ସାଧାରଣ ମହିଳାଙ୍କୁ ନେଇ ଗଠନ ହୋଇଛି ସ୍ୱୟଂ ସହାୟକ ଗୋଷ୍ଠୀ।

ଶ୍ରୀମତୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ୨୦୧୭ ମସିହାରୁ କେନ୍ଦ୍ର ସରକାର ଆରମ୍ଭ କରିଥିବା ପୋଷଣ ଅଭିଯାନ ଆଜି ପର୍ଯ୍ୟନ୍ତ ରାଜ୍ୟରେ ଲାଗୁ ହୋଇନାହିଁ। କରୋନା ସମୟରେ ଉଜ୍ଜ୍ୱଳା ଯୋଜନାରେ ମାଗଣା ଗ୍ୟାସ ବଂଟନ କରାଯାଇଛି। ଅଗଣିତ ମାଁ ଓ ଭଉଣୀଙ୍କ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀଙ୍କ ଅବଦାନ କଣ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ଅବସରରେ ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ କସ୍ତୁରୀ ମିଶ୍ର ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button