୫ଟି ରାଜ୍ୟରେ ୭୦% କରୋନା ମୃତ୍ୟୁ ମାମଲା

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କିନ୍ତୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ କହିଛି ସ୍ଥିତି ନିୟନ୍ତ୍ରଣରେ ରହିଛି। ଭାରତର ମୋଟ ଜନସଂଖ୍ୟା ତୁଳନାରେ ସଂକ୍ରମଣ ସଂଖ୍ୟା ଓ ମୃତ୍ୟୁହାର କମ ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୁଷଣ।

ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ରାଜେଶ ଭୁଷଣ କହିଛନ୍ତି ଭାରତରେ ପ୍ରତି ନିୟୁତ ଜନସଂଖ୍ୟାରେ କରୋନା ଆକ୍ରାନ୍ତ ସଂଖ୍ୟା ୩୧୦୨ ଥିବାବେଳେ ମୃତ୍ୟୁସଂଖ୍ୟା ୫୩ ରହିଛି। ମୃତ୍ୟୁହାର ଦ୍ରୁତଗତିରେ କମିଚାଲିଛି। ଅଗଷ୍ଟ ଆରମ୍ଭରେ ଦେଶର କରୋନା ଜନିତ ମୃତ୍ୟୁସଂଖ୍ୟା ୨.୧୫ ପ୍ରତିଶତ ଥିବାବେଳେ ଏବେ ତାହା ୧.୭ ପ୍ରତିଶତକୁ ହ୍ରାସ ପାଇଛି। ଦେଶର ୫ଟି ରାଜ୍ୟ ଯଥା ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଉତ୍ତରପ୍ରଦେଶ ଓ ତାମିଲନାଡ଼ୁରେ ୭୦ ପ୍ରତିଶତ ମୃତ୍ୟୁ ରହିଛି। ଆହୁରି ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୫ ହଜାରରୁ କମ ଲେଖାଏଁ ସକ୍ରିୟ ମାମଲା ରହିଛି। ସୂଚନାଯୋଗ୍ୟ ଆଜି ଦେଶର ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୪୨,୮୦,୪୨୩ରେ ପହଞ୍ଚିଥିବା ବେଳେ ୭୨,୭୭୫ ଜଣଙ୍କର ମୃତ୍ୟୁ ହୋଇଛି।

ମତାମତ ଦିଅନ୍ତୁ ।