୬ ଡ଼କାୟତଙ୍କୁ ଧରିଲା ବଳାଙ୍ଗା ପୋଲିସ

ପୁରୀ : ବଳଙ୍ଗା ଥାନା ପୋଲିସ ୬ ଜଣିଆ ଡ଼କାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ସେମାନଙ୍କ ନିକଟରୁ ବିଭିନ୍ନ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି। ଅଭିଯୁକ୍ତ ମାନେ ହେଲେ ରାମଚଣ୍ଡୀ ଅଞ୍ଚଳର ଦୀପକ ସାହୁ, କାକଟପୁରର ଏସ୍‌କେ ନାସିର୍‌, ପିପିଲିର ପ୍ରତାପ ବେହେରା, ସତ୍ୟ ରଞ୍ଜନ ଭୋଇ, ସନ୍ଦୀପ ପ୍ରଧାନ, ସତ୍ୟବାଦୀର ରଞ୍ଜନ ପ୍ରଧାନ।

ଖବର ଅନୁଯାୟୀ ସ୍ଥାନୀୟ ବାଙ୍କନାଥ ମନ୍ଦିରରୁ ଅଭିଯୁକ୍ତମାନେ ଅଳଙ୍କାର ଲୁଟିବାକୁ ଯୋଜନା କରୁଥିଲେ। ବିଷେଶ ସୂତ୍ରରୁ ଖବର ପାଇ ଧରିବାକୁ ଚେଷ୍ଟା କରିବାରୁ ସେମାନେ ପୋଲିସ ଉପରକୁ ଆକ୍ରମଣ କରି ଖସିଯିବାକୁ ଉଦ୍ୟମ କରିଥିଲେ। ଘଟଣାସ୍ଥଳରେ ମୋଟ ୮ ଜଣ ଅପରାଧୀ ଥିବାବେଳେ ୬ ଜଣ ଗିରଫ ହୋଇଛନ୍ତି। ପିପିଲି ଉପନିର୍ବାଚନ କିଭଳି ଅପରାଧ ଓ ଭୟମୁକ୍ତ ହେବ ସେଥିପାଇଁ ଅପରାଧିଙ୍କୁ ଧରିବା ପାଇଁ ସ୍ପେଶାଲ ଡ୍ରାଇଭ ଚାଲିଛି ବୋଲି ପୁରୀ ଏସ୍‌ପି କେ ବିଶାଳ ସିଂହ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button