୬୦ କିଲୋ ଗଞ୍ଜେଇ ଜବତ, ୨ ଗିରଫ

କନ୍ଧମାଳ : ଫିରିଙ୍ଗିଆ ପୋଲିସ ଶୁକ୍ରବାର ରାତ୍ରରେ ଦୁଇଜଣ ଗଞ୍ଜେଇ ଚୋରା ଚାଲାଣ କାରୀକୁ ଧରିବାରେ ସଫଳ ହୋଇଛନ୍ତି। ସେମାନଙ୍କ ନିକଟରୁ ୬୦ କିଲୋ ଗଞ୍ଜେଇ ଜବତ ହୋଇଛି। କୈାଣସି ସୁତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓଙ୍କଙ୍କ ନିଦ୍ଦେଶ କ୍ରମେ ଏସ୍‍.ଆଇ ଦସରଥ ହେମ୍ରମଙ୍କ ନେତୃତ୍ୱରେ ଜାଜେସପାଙ୍ଗା ପଞ୍ଚାୟତ ଲଦଡି ପ୍ରାଥମିକ ସ୍କୁଲ ପଛପଟେ ଚଢଉ କରଯାଇଥିଲା। ଗଞ୍ଜେଇ ଚାଲାଣ ପାଇଁ ଗାଡିକୁ ଅପେକ୍ଷା କରି ଦୁଇଜଣ ପୋଲିସକୁ ଘଟଣା ସ୍ଥଳରୁ ଫେରାର୍‍ ହେବାକୁ ଉଦ୍ୟମ କରିଥିଲେ। ମାତ୍ର ପୋଲିସ ସେମାନଙ୍କୁ କାବୁ କରିଥିଲା। ସେମାନେ ହେଲେ ଲଦଡି ଗ୍ରାମର ବିଶ୍ୱନାଥ ଦିଗାଳ ଓ ଭୃଙ୍ଗିଯୋଡି ପଞ୍ଚାୟତ ସୁଣ୍ଢିଗାଁର ଅବକେତ ଦିଗାଳ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।