୬୦ ଲକ୍ଷ ଠକେଇ ଅଭିଯୋଗରେ ଯୁବକ ଗିରଫ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ମେଡିକାଲ କଲେଜରେ ପିଜି ଆଡମିସନ କରାଇ ଦେବାକୁ ୬୦ଲକ୍ଷ ଟଙ୍କା ଠକେଇ। ଏହି ଅଭିଯୋଗରେ ଖଣ୍ଡଗିରି ପୋଲିସ ଦେବାଶିଷ ମୁଖାର୍ଜୀ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।

ଖବର ଅନୁଯାୟୀ ୨୦୧୮ ମସିହାରେ ଭୁବନେଶ୍ୱର ଶତାବ୍ଦୀ ନଗରର ଆଶିଷ ପଟ୍ଟନାୟକଙ୍କ ଠାରୁ ଦେବାଶିଷ ୩ଟି କିସ୍ତିରେ ୬୦ ଲକ୍ଷ ଟଙ୍କା ନେଇଥିଲେ। ଆଶିଷଙ୍କ ଟଙ୍କା ନଫେରାଇବାରୁ ଶେଷରେ ସେ ଖଣ୍ଡଗିରି ଥାନାର ଦ୍ୱାରସ୍ତ ହୋଇଥିଲେ। ଗତକାଲି ରାତିରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଦେବାଶିଷ ଅନେକ ଠକେଇରେ ସମ୍ପୃକ୍ତ। ଏକ ୱେବ ଚ୍ୟାନେଲର ମାଲିକ ବୋଲି ନିଜକୁ ପରିଚୟ ଦେଇ ଦେବାଶିଷ କୋଟି କୋଟି ଟଙ୍କା ଠକିଥିବା ପୋଲିସ ଜାଣିବାକୁ ପାଇଛି।

Leave a Reply

Your email address will not be published. Required fields are marked *

Back to top button