୬୨ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

କାମାକ୍ଷାନଗର : ଗଞ୍ଜେଇ ବ୍ୟବସାୟ କରୁଥିବା ଅଭିଯୋଗରେ କାମାକ୍ଷାନଗର ଅବକାରୀ ବିଭାଗ ଭୁବନ ଥାନାର ନୂଆ ଭୁବନର ସତ୍ୟାନନ୍ଦ ସାହୁଙ୍କୁ ଗିରଫ କରିଛି। ତାଙ୍କ ଠାରୁ ଜବତ ହୋଇଛି ୬୨ କିଲୋ ଗଞ୍ଜେଇ। ଯାହାର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି।

ଖବର ଅନୁଯାୟୀ ସତ୍ୟାନନ୍ଦ ଘରେ ଗଞ୍ଜେଇ ରଖି ବ୍ୟବସାୟ କରୁଥିଲା। ଏ ସମ୍ପର୍କରେ ସୂଚନା ପାଇଁ ଅବକାରୀ ବିଭାଗର ଏକ ଟିମ ଆଜି ସକାଳେ ଚଢଉ କରିଥିଲେ। ଅଭିଯୁକ୍ତକୁ ଗିରଫ କରାଯିବା ପରେ ସେ କେଉଁଠୁ ଗଞ୍ଜେଇ ଆଣି ବ୍ୟବସାୟ କରୁଥିଲେ ତାହାର ଖୋଳତାଡ ଜାରି ରହିଛି।

Leave a Reply

Your email address will not be published. Required fields are marked *

Back to top button