୬୬୪୭ କରୋନା ଆକ୍ରାନ୍ତ ଚିହ୍ନଟ : ୮ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ ଆଜି ୬୬୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩,୮୫୫ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୨୭୯୨ଟି ଲୋକାଲ୍ କେସ୍‌ ରହିଛି। ସେହିପରି ୮ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୮୧ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ୨ ଜଣ ରହିଛନ୍ତି। ବାଲେଶ୍ୱର, ବରଗଡ଼, ଭଦ୍ରକ, ବଲାଙ୍ଗିର, କଟକ ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

ଶନିବାର ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦେଇଥିବା ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୮୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ ଜିଲ୍ଲାରୁ ୭୮୮ ଜଣ ଚିହ୍ନଟ ହୋଇଥିବା ବେଳେ ନୂଆପଡ଼ାରୁ ୫୫୯, ପୁରୀରୁ ୩୯୫, କଳାହାଣ୍ଡିରୁ ୩୬୧, ଝାରସୁଗୁଡ଼ାରୁ ୩୪୩, କଟକରୁ ୩୩୬, ବରଗଡ଼ରୁ ୨୯୦, ବଲାଙ୍ଗିରରୁ ୨୩୪, ନବରଙ୍ଗପୁରରୁ ୨୨୪, କେନ୍ଦୁଝରରୁ ୧୮୩, ସମ୍ବଲପୁରରୁ ୧୭୫, ଗଞ୍ଜାମରୁ ୧୬୧, ଅନୁଗୋଳରୁ ୧୪୧, ଯାଜପୁରରୁ ୧୩୩, ମୟୂରଭଞ୍ଜରୁ ୧୨୨, ରାୟଗଡ଼ାରୁ ୧୧୬, ନୟାଗଡ଼ରୁ ୧୧୦, ଗଜପତିରୁ ୯୬, କୋରାପୁଟରୁ ୬୭, ବାଲେଶ୍ୱରରୁ ୫୩, ଭଦ୍ରକରୁ ୪୧, ବୌଦ୍ଧରୁ ୩୯, ଦେବଗଡ଼ରୁ ୩୪, ଜଗତସିଂହପୁରରୁ ୬୫, କନ୍ଧମାଳରୁ ୨୬, କେନ୍ଦ୍ରାପଡ଼ାରୁ ୪୭, ମାଲକାନଗିରିରୁ ୧୭, ସୋନପୁରରୁ ୨ ଓ ଷ୍ଟେଟ୍‌ ପୁଲ୍‌ରୁ ୨୬୬ ଜଣ ଚିହ୍ନଟ ହୋଇଛନ୍ତି।

ଆଜିର ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୦୧, ୩୪୧ ହୋଇଥିବା ବେଳେ ୩,୫୬,୦୦୩ ଜଣ ସୁସ୍ଥ ହୋଇସାରିଛନ୍ତି। ୪୩,୩୦୪ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।

Leave a Reply

Your email address will not be published. Required fields are marked *

Back to top button