୬ଲକ୍ଷ ଟଙ୍କାର ବ୍ରାଉନ୍ ସୁଗର ଜବତ

ଭୁବନେଶ୍ୱର : କମିସନରେଟ ପୋଲିସର କୁଇକ୍ ଆକସନ୍ ଟିମ୍ (କ୍ୟୁଏଟି) ତମାଣ୍ଡୋ ଅଞ୍ଚଳରୁ ୬ଲକ୍ଷ ଟଙ୍କାର ବ୍ରାଉନ୍ ସୁଗର ଜବତ କରିଛି। ଏହି ଘଟଣାରେ ଦୁଇ ଯୁବକଙ୍କୁ ଡୁମୁଡୁମା ଓ ଖୋର୍ଦ୍ଧା ଭାଲିଆବାଡିରୁ ଗିରଫ କରାଯାଇଥିବା ବେଳେ ଦୁଇଟି ‌ମଟରସାଇକେଲ ଜବତ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ବ୍ରାଉନ୍ ସୁଗର ଚାଲାଣ ହେଉଥିବା ସୂଚନା ପାଇବା ପରେ କମିସନରେଟ ପୋଲିସର କ୍ୟୁଏଟି ଚଢଉ କରି ଦୁଇଜଣଙ୍କ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୬୦ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି। ଯାହାର ମୂଲ୍ୟ ପାଖାପାଖି ୬ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ମତାମତ ଦିଅନ୍ତୁ ।