୭ରେ ବିଜେପିରେ ସାମିଲ ହେବେ ଗାଙ୍ଗୁଲି !

କୋଲକାତା : ବିଜେପିରେ ସାମିଲ ହେବ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି। ଆସନ୍ତା ୭ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ରାଲିରେ ସେ ପଦ୍ମ ଧରିବେ ବୋଲି ଜୋରଦାର ଚର୍ଚ୍ଚା ହେଉଛି। କିନ୍ତୁ ବିଜେପି କିମ୍ବା ଗାଙ୍ଗୁଲିଙ୍କ ଏନେଇ କିଛି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।
ବିଜେପି ପ୍ରବକ୍ତା ସାମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି ଗାଙ୍ଗୁଲି ବିଜେପିରେ ସାମିଲ ହେବେ ନା ନାହିଁ ତାହା ତାଙ୍କ ଉପରେ ନିର୍ଭର କରୁଛି। ଯଦି ଗାଙ୍ଗୁଲି ନିଜର ସ୍ୱାସ୍ଥ୍ୟକୁ ଦେଖି ରାଲିରେ ଭାଗ ନେବାକୁ ଇଚ୍ଛା କରନ୍ତି ତେବେ ତାଙ୍କୁ ସବୁଠାରୁ ଅଧିକ ସ୍ୱାଗତ କରାଯିବ। ସେ ରାଲିରେ ଉପସ୍ଥିତ ରହିଲେ ଲୋକଙ୍କୁ ପସନ୍ଦ କରିବେ ଓ ଲୋକମାନେ ମଧ୍ୟ ତାଙ୍କୁ ପସନ୍ଦ କରିବେ। ହେଲେ ଏବେସୁଦ୍ଧା ଏହା ସ୍ପଷ୍ଟ ହୋଇନାହିଁ।
ସୂଚନାଯୋଗ୍ୟ ଗାଙ୍ଗୁଲିଙ୍କର ନିକଟରେ ଆଉ ଏକ ଏ଼ଞ୍ଜିୟୋପ୍ଲାଷ୍ଟି କରାଯାଇଥିଲା। ସେ ୩ ଦିନ ହସ୍ପିଟାଲରେ ରହି ଜାନୁଆରୀ ୩୧ ତାରିଖରେ ଡିସଚାର୍ଜ ହୋଇଥିଲେ। ଅପରେସନ ପରେ ତାଙ୍କୁ ବିଶ୍ରାମ ନେବାକୁ କୁହାଯାଇଥିଲା।