୭ଟା ୩୦ମିନିଟରେ ପତାକା ଉତ୍ତୋଳନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆସନ୍ତାକାଲି ସ୍ଵାଧୀନତା ଦିବସ। ଦେଶର ରାଜଧାନୀ ଦିଲ୍ଲୀରେ ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି କାର୍ଯ୍ୟକ୍ରମ ସୂଚୀ ଅନୁଯାୟୀ ୧୫ ତାରିଖ ସକାଳ ୭ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଘାଟରେ ପହଞ୍ଚିବ। ସେଠାରେ ୮ ରୁ ୧୦ ମିନିଟ୍ ରହି ଲାଲକିଲାକୁ ଯିବେ। ସକାଳ ୭ଟା ୧୮ମିନିଟରେ ଲାହୋର ଗେଟରେ ପହଞ୍ଚିବେ। ତାଙ୍କୁ ସ୍ୱାଗତ କରିବେ ପ୍ରତିରକ୍ଷା ମନ୍ତ୍ରୀ ଓ ପ୍ରତିରକ୍ଷା ସଚିବ। ଗାର୍ଡ ଅଫ୍ ଅନର ପରେ ପ୍ରଧାନମନ୍ତ୍ରୀ ସକାଳ ୭ଟା ୩୦ମିନିଟରେ ଜାତୀୟ ପତାକା ଉତ୍ତୋଳନ କରିବେ।

ମତାମତ ଦିଅନ୍ତୁ ।