୮.୫୦ ପଇସା ଶସ୍ତା ହେବ ପେଟ୍ରୋଲ ଓ ଡିଜେଲ !

ନୂଆଦିଲ୍ଲୀ : ଦେଶରେ ବଢି ଚାଲିଥିବା ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଁ ରାସ୍ତା ବାହାର କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଅର୍ଥମନ୍ତ୍ରାଳୟ ସହ ଏନେଇ ଚାଲିଥିବା ଆଲୋଚନା ସଫଳ ହେଲେ ତେଲ ଦର ପାଖାପାଖି ୮ ଟଙ୍କା ୫୦ ପଇସା କମିବ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବାକୁ ଅର୍ଥ ମନ୍ତ୍ରାଳୟ ବିଚାର କରୁଛି। ନିକଟରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଥିଲେ କେନ୍ଦ୍ର ଓ ରାଜ୍ୟ ଏକାଠି କଥା ହେବା ଉଚିତ୍। ଦୁଇ ସରକାର ମିଶି ଟିକସ ହ୍ରାସ କରିବାକୁ ସେ ପରାମର୍ଶ ଦେଇଥିଲେ। ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ୬୦ ପ୍ରତିଶତ ଟିକସ ରହିଛି। ପେଟ୍ରୋଲ ମୂଲ୍ୟ ଉପରେ କେନ୍ଦ୍ର ଏକ୍ସାଇଜ୍ ଡ୍ୟୁଟି ଆଦାୟ କରୁଥିବବେଳେ ରାଜ୍ୟ ସରକାର ଭାଲ୍ୟୁ ଆଡ୍ ଟ୍ୟାକ୍ସ ଅର୍ଥାତ୍ ଭ୍ୟାଟ୍ ଆଦାୟ କରନ୍ତି।

ଲିଟର ପିଛା ୮.୫୦ ଟଙ୍କା କମିବା ନେଇ ଏକ୍ସାଇଜ୍ ଡ୍ୟୁଟି ହ୍ରାସ ବାବଦରେ ବଜାର ଏକ୍ସପୋର୍ଟ କହିଛନ୍ତି ଏହାଦ୍ୱାରା ରାଜସ୍ୱ ଉପରେ ପ୍ରଭାବ ପଡିବ ନାହିଁ। ଆଇସିଆଇସିଆଇ ସିକ୍ୟୁରିଟିଜ୍ କହିଛି ଆମେ ଅନୁମାନ କରୁଛୁ ଯଦି ୨୦୨୧-୨୨ ଆର୍ଥିକ ବର୍ଷରେ ଯାନବାହାନ ଇନ୍ଧନ ଉପରେ ଏକ୍ସାଇଜ୍ ଡ୍ୟୁଟି କାଟ ନହେବ ତେବେ ଏହା ୩.୨ ଲକ୍ଷ କୋଟି ଟଙ୍କା ବଜେଟ୍ ଆକଳନ ତୁଳନାରେ ୪.୩୫ ଲକ୍ଷ କୋଟିରେ ପହଞ୍ଚିବ। ସେହିପରି ଏପ୍ରିଲ ୧, ୨୦୨୧ କିମ୍ବା ତା’ପୂର୍ବରୁ ଲିଟର ପିଛା ଯଦି ୮.୫ ଟଙ୍କା ହ୍ରାସ କରାଯାଏ ତେବେ ଆସନ୍ତା ଆର୍ଥିକ ବର୍ଷ ପାଇଁ ବଜେଟ୍ ଆକଳନ ହାସଲ ହେବ।

Leave a Reply

Your email address will not be published. Required fields are marked *

Back to top button