୮ ଦଫା ଦାବି : କଳା ବ୍ୟାଚ ପିନ୍ଧିଲେ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ୩ ଆୟୁଷ ଡାକ୍ତର

କେନ୍ଦ୍ରପଡା : ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆର ବି ଏସ କେ) ଆୟୁଷ ଡାକ୍ତର ସଂଘ ୮ ଦଫା ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କ ଠାରେ ଦାବି କରିଥିଲେ ହେଁ ତାହା ଆଜି ଯାଏ ପୂରଣ ହୋଇନାହିଁ। ଏହାର ପ୍ରତିବାଦରେ ଆୟୁଷ ଡାକ୍ତରମାନେ କଳାବ୍ୟାଚ ପରିଧାନ କରି କାମ କରିବେ ବୋଲି ସଂଘ ନିଷ୍ପତ୍ତି ନେଇଛି। ସଂଘର ନିଷ୍ପତ୍ତିକୁ ସମର୍ଥନ ଜଣାଇଛନ୍ତି ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ତିନିଜଣ ଆୟୁଷ ଡାକ୍ତର ସେକ ଆସିଫ ହୋସେନ, ସାରଦା କର ଓ ଚିନ୍ମୟୀ ଦାସ। ସେମାନେ ଆଜି କଳାବ୍ୟାଚ ପିନ୍ଧି କାର୍ଯ୍ୟ କରିଥିବା ଦେଖାଯାଇଛ।

ଆୟୁଷ ଡାକ୍ତରଙ୍କ ଦାବି ଗୁଡିକ ହେଲା ସେମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ ଓ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସମସ୍ତ ସୁବିଧା ପ୍ରଦାନ କରାଯାଉ। ଏହାଛଡା ଚାକିରି ନିୟମିତ କରିବା ସହିତ ମାସିକ ଦରମା ୫୦ ହଜାର, ସେମାନଙ୍କୁ ଆୟୁଷ ଡାଇରେକ୍ଟୋରେଟ ଅଧିନକୁ ନେବା, ସ୍କୁଲ ଓ ଅଙ୍ଗନବାଡି ପିଲାମାନଙ୍କ ପାଇଁ ଯେପରି ଏଲୋପ୍ୟାଥି ଔଷଧ ଦିଆଯାଉଛି ସେହିପରି ଆୟୁର୍ବେଦିକ ଓ ହୋମିଓପ୍ୟାଥି ଔଷଧ ଦିଆଯିବା ପାଇଁ ଦାବି ରହିଛି। ସେହିପରି ଏଡିଏମଓଙ୍କୁ ସେମାନଙ୍କ ଋଭୁଇଙ୍ଗ ଅଥରିଟି କରିବା ଏବଂ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ତାଲିମ କାର୍ଯ୍ୟକ୍ରମରେ ସାମିଲ କରାଯିବା ପାଇଁ ଦାବି କରାଯାଇଛି।

ମତାମତ ଦିଅନ୍ତୁ ।