୮୬୩୪ ବ୍ୟକ୍ତିଙ୍କଠାରୁ ୨୭ଲକ୍ଷ ୧୭ ହଜାର ଜରିମାନା ଆଦାୟ

0

ଭୁବନେଶ୍ଵର : ଓଡ଼ିଶା ପୋଲିସ୍ ତରଫରୁ କୋଭିଡ୍ ନିୟମ ଉଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଅପ୍ରେଲ୍ ୭ ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଓଡ଼ିଶା ପୋଲିସ୍‌ର ସ୍ୱତନ୍ତ୍ର ଡ୍ରାଇଭ୍‌ର ନବମଦିନରେ ସମୁଦାୟ ୮୬୩୪ ବ୍ୟକ୍ତିଙ୍କଠାରୁ ୨୭ ଲକ୍ଷ୧୭ ହଜାର ୦୫୦ଟଙ୍କା ଜରିମାନା ଆଦାୟ ହୋଇଛି। ଏହାକୁ ମିଶାଇ ୯ ଦିନରେ ମୋଟ ୯୨,୦୨୫ ବ୍ୟକ୍ତିଙ୍କଠାରୁ ୨ କୋଟି ୭୦ଲକ୍ଷ୮୧ହଜାର୯୫୦ ଟଙ୍କା ଜରିମାନା ଆଦାୟ କରାଯାଇଛି।

ନବମ ଦିନରେ ସାମାଜିକ ଦୂରତା ବଜାୟ ରଖି ନଥିବା ୭୭୩ଜଣ ବ୍ୟକ୍ତିଙ୍କଠାରୁ ୧,୫୨,୦୦୦ ଟଙ୍କା ଓ ସର୍ବସାଧାରଣ ସ୍ଥାନରେ ମୁହଁରେ ମାସ୍କ ପିନ୍ଧି ନ ଥିବା କାରଣରୁ ୭,୮୬୧ ବ୍ୟକ୍ତିଙ୍କଠାରୁ ୨୫,୬୫,୦୫୦ଟଙ୍କା ଆଦାୟ କରାଯାଇଛି । ଆଗାମୀ ଦିନରେ କୋଭିଡ୍ କଟକଣାକୁ ଜୋରଦାର କରାଯିବ। କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରିବା ସହ ସାମାଜିକ ଦୂରତା ରକ୍ଷା ଓ ମାସ୍କ ପରିଧାନ ନିୟମକୁ ଠିକ୍ ଭାବେ କାର୍ଯ୍ୟକାରୀ ଉପରେ ପୋଲିସ୍ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି।

Leave A Reply

Your email address will not be published.