ବସ ଓଲଟି ୫ ଗୁରୁତର

ଭୁବନେଶ୍ଵର : ନୟାଗଡ ଜିଲ୍ଲା ଓଡଗାଁ ଅଂଚଳରେ ଏକ ବସ ରାସ୍ତାକଡକୁ ଓଲଟି ୫ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳେ ଘଟିଛି ଏହି ଦୁର୍ଘଟଣା। କଳେଶ୍ୱର ନାମକ ଏକ ବସ ଭଞ୍ଜନଗରରୁ ନୟାଗଡ ଆସୁଥିଲା। ରାସ୍ତାରେ ପ୍ରବଳ କୁହୁଡି ଯୋଗୁ ଡ୍ରାଇଭର ଭାରସାମ୍ୟ ହରାଇବାରୁ ବସଟି ରାସ୍ତା କଡକୁ ଓଲଟି ପଡିଥିଲା। ତେବେ ଗୁରୁତର ଆହତ ୫ଜଣଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନେ ଭଞ୍ଜନଗର ଅଂଚଳର ବୋଲି ଜଣାପଡିଛି।

ମତାମତ ଦିଅନ୍ତୁ ।