୮ରୁ ଯୁକ୍ତ-୩ ଇ-ଆଡମିଶନ୍‌ ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର : ଯୁକ୍ତ-୩ ଇ-ଆଡମିଶନ୍‌ ପାଇଁ ସେପ୍ଟେମ୍ବର ୮ରୁ ଆବେଦନ ଆରମ୍ଭ ହେବ। ଏ ପ୍ରକ୍ରିୟା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଏନେଇ ଆଜି ପ୍ରକାଶ ପାଇଛି। ସେପ୍ଟେମ୍ବର ୮ ତାରିଖରେ ଛାତ୍ରଛାତ୍ରୀମାନେ ଆବେଦନ କରିବା ପରେ ସେପ୍ଟେମ୍ବର ୨୮ ତାରିଖରେ ଆବେଦନର ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ସେହିଦିନ ଅର୍ଥାତ ୨୮ ତାରିଖରେ ସାମ୍ସ ଆକାଉଣ୍ଟରେ ଆଡମିଶନ ଲାଗି ଇ-ଡିପୋଜିଟ୍ କରିହେବ। ସେହିପରି ଅକ୍ଟୋବର ୮ ତାରିଖରେ ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରିଛି। ଏଥିସହିତ ସେହି ୮ ତରିଖରେ ସାମ୍ସ ଆକାଉଣ୍ଟରେ ଆଡମିଶନ ଲାଗି ଇ-ଡିପୋଜିଟ୍ ହୋଇପାରିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ହୁହାଯାଇଛି।

ମତାମତ ଦିଅନ୍ତୁ ।