Breaking Newsରାଜ୍ୟ

୮ଟି ଜିଲ୍ଲାର ଲୋକଙ୍କୁ ଢେଙ୍କାନାଳ ମନା

ଢେଙ୍କାନାଳ : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ୮ଟି ଜିଲ୍ଲାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର, ଗଜପତି, ବାଲେଶ୍ଵର, ସୁନ୍ଦରଗଡ଼ ଓ ଅନୁଗୁଳ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ଯଦି କେହି ବ୍ୟକ୍ତି ଏସବୁ ଜିଲ୍ଲାରୁ ଢେଙ୍କାନାଳକୁ ଅ‌ାସୁଛନ୍ତି ତେବେ ସେମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ କ୍ଵାରେଣ୍ଟାଇନ୍‌ରେ ରଖାଯିବ ବୋଲି ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା କହିଛନ୍ତି।

ମତାମତ ଦିଅନ୍ତୁ ।

Back to top button