୯ ସାମ୍ବାଦିକଙ୍କ ଉପରେ କଟକଣା ଲଗାଇଲା ଇଣ୍ଡିଗୋ ଏୟାରଲାଇନ୍

ନୂଆଦିଲ୍ଲୀ : ସେପ୍ଟେମ୍ବର ୯ ତାରିଖରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଇଣ୍ଡିଗୋର ଫ୍ଲାଇଟ ନମ୍ବର ୬ଇ-୨୬୪ରେ ଚଣ୍ଡିଗଡ଼ରୁ ମୁମ୍ବାଇ ଯାଉଥିଲେ। ଏହି ସମୟରେ ୯ ଜଣ ସାମ୍ବାଦିକ କରୋନାର ସମସ୍ତ ଗାଇଡ ଲାଇନ ଉଲ୍ଲଘଂନ କରି ବିମାନ ଭିତରେ ଫଟୋଗ୍ରାଫି କରିଥିଲେ। ଏହାପରେ ଡିଜିସି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଇଣ୍ଡିଗୋକୁ କହିଥିଲେ। ଏବେ ସେମାନଙ୍କ ଉପରେ ଇଣ୍ଡିଗୋ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଡାଣ ଉପରେ କଟକଣା ଲଗାଇଛି।

ଏହି କଟକଣା ଅକ୍ଟୋବର ୧୫ରୁ ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ। ଗତମାସରେ ଡିଜିସିଏ ସ୍ପଷ୍ଟ କରିଥିଲା ଯାତ୍ରୀ ବିମାନ ଭିତରେ ଫଟୋ ଉତ୍ତୋଳନ ଓ ଭିଡ଼ିଓ ପ୍ରସ୍ତୁତ କରିପାରିବେ। ମାତ୍ର ରେକଡିଂ ଉପକରଣ ବ୍ୟବହାର କରିପାରିବେ ନାହିଁ। ଅର୍ଥାତ ଏଭଳି କିଛି ଉପକରଣ ବ୍ୟବହାର କରିପାରିବେ ନାହିଁ ଯେଉଁଥିରେ ଜନଗହଳି ହେବ।

ମତାମତ ଦିଅନ୍ତୁ ।