୯ରୁ ୧୮ ବରଗଡ଼ ରୋଡ଼ ମଧ୍ୟରେ ଚାଲିବ ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟର ସିଟି ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର : ବଲାଙ୍ଗୀର ଓ ଲୋଇସିଂହା ଷ୍ଟେସନ ମଧ୍ୟରେ ରେଳପଥ ଦୋହରୀକରଣ କାର୍ଯ୍ୟକ୍ଷମ ସମ୍ବନ୍ଧୀୟ ସୁରକ୍ଷା ଜନିତ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଅକ୍ଟୋବର ୯ରୁ ୧୮ ପର୍ଯ୍ୟନ୍ତ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସ୍ୱତନ୍ତ୍ର ଟ୍ରେନ୍‌କୁ ଆଂଶିକ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବତଟ ରେଳପଥର ସୂଚନା ଅନୁସାରେ ୦୨୮୯୩/୦୨୮୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ସ୍ୱତନ୍ତ୍ର ଟ୍ରେନ୍ ଅକ୍ଟୋବର ୯ରୁ ୧୮ ତାରିଖ ଯାଏଁ ଭୁବନେଶ୍ୱର ଓ ବରଗଡ଼ ରୋଡ ମଧ୍ୟରେ ଚଳାଚଳ କରିବ। ବରଗଡ଼ ରୋଡ ଠାରୁ ବଲାଙ୍ଗୀର ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ।

ମତାମତ ଦିଅନ୍ତୁ ।