୯ଟି ପୂଜା ମଣ୍ଡପରେ ଉଚ୍ଚ ମୂର୍ତ୍ତିକୁ ହାଇକୋର୍ଟଙ୍କ ଅନୁମତି

କଟକ : କଟକ ସହରର ୯ଟି ଦୁର୍ଗାପୂଜା କମିଟିକୁ ଉଚ୍ଚ ମୂର୍ତ୍ତି ନିର୍ମାଣ ପାଇଁ ଓଡ଼ିଶା ହାଇକୋର୍ଟ ଅନୁମତି ଦେଇଛନ୍ତି। ଫଳରେ ମୂର୍ତ୍ତିର ଉଚ୍ଚତାକୁ ନେଇ ଦେଖାଥିବା ବିବାଦର ପରିସମାପ୍ତି ଘଟିଛି। ସରକାରୀ କୋଭିଡ ଗାଇଡ୍ ଲାଇନ୍‌ ଅନୁଯାୟୀ ପୂଜା ହେବ। ବିସର୍ଜନ ଦାୟିତ୍ଵ ପ୍ରଶାସନ ଉପରେ ନ୍ୟସ୍ତ କରାଯାଇଛି। କିନ୍ତୁ ଏହାକୁ ଉଦାହରଣ ଭାବେ ଗ୍ରହଣ କରାଯାଇ ପାରିବନି ବୋଲି କୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ ରାଜ୍ୟ ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଆଧାରରେ ମୂର୍ତ୍ତି ଉଚ୍ଚତା ୪ ଫୁଟ ରଖିବା ଲାଗି ପୋଲିସ କମିଶନର ନିର୍ଦ୍ଦେଶ ଦେଇଥିଲେ। ନବନିର୍ମିତ ବଡ ମୂର୍ତ୍ତିଗୁଡିକୁ ଭାଙ୍ଗିଦେବା ପାଇଁ ସମ୍ପୃକ୍ତ ପୂଜା କମିଟିକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକାଧିକ ମାମଲା ଦାଏର ହୋଇଥିଲା। ୯ଟି ପୂଜା ମଣ୍ଡପରେ ପୂର୍ବ ବର୍ଷ ପରି ମୂର୍ତ୍ତି ନିର୍ମିତ ହୋଇସାରିଛି ବୋଲି ଦର୍ଶାଯାଇଥିଲା। ଏହାର ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଗତ ଶୁକ୍ରବାର କୋର୍ଟ ଏଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୂର୍ତ୍ତି ନିର୍ମାଣ ପାଇଁ ପ୍ରଥମେ ବାଲୁବଜାର ପୂଜା ମଣ୍ଡପକୁ ଅନୁମତି ମିଳିଥିଲା। ପରେ ଫିରିଙ୍ଗି ବଜାର ଓ ତେଲେଙ୍ଗାବଜାର ସମେତ ୯ଟି ପୂଜା ମଣ୍ଡପକୁ ପୂର୍ବ ଢାଞ୍ଚାରେ ମୂର୍ତ୍ତି ନିର୍ମାଣ କରିବାକୁ ଅନୁମତି ମିଳିଛି।

ମତାମତ ଦିଅନ୍ତୁ ।