Thu. Jan 23rd, 2020

ହାଇଦ୍ରାବାଦ: ଡାକ୍ତରାଣୀଙ୍କ ସହ ଦୁଷ୍କର୍ମ କରିଥିବା ୪ ଅଭିଯୁକ୍ତ ଏନ୍‌କାଉଣ୍ଟର୍‌ରେ ନିହତ

ନୂଆଦିଲ୍ଲୀ : ତେଲେଙ୍ଗାନାର ପ୍ରାଣୀ ଚିକିତ୍ସିକାଙ୍କୁ ଦୁଷ୍କର୍ମ ଓ ହତ୍ୟା କରିଥିବା ୪ ଅଭିଯୁକ୍ତଙ୍କୁ ପୋଲିସ ଏନ୍‌କାଉଣ୍ଟର୍‌ରେ କରିଛି। ଗତକାଲି ରାତି ପ୍ରାୟ ୩ଟା ବେଳେ ହୋଇଥିବା ଏହି ଏନ୍‌କାଉଣ୍ଟର୍‌ ୪ ଜଣଙ୍କର ମୃତ୍ୟୁ ଘଟିଛି। ପୋଲିସ କହିଛି ଅପରାଧ ଦୃଶ୍ୟର ପୁନଃସଂରଚନା ପାଇଁ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନିଆ ଯାଇଥିଲା। ସେମାନେ ସେଠାରୁ ଖସିଯିବାକୁ ଉଦ୍ୟମ କରିବାରୁ ଏନ୍‌କାଉଣ୍ଟର୍‌ କରାଯାଇଛି।

ଲରି ଓ୍ଵାର୍କର୍‌ ଭାବେ କାର୍ଯ୍ୟ କରୁଥିବା ଏହି ୪ ଅଭିଯୁକ୍ତଙ୍କ ବୟସ ୨୦ ରୁ ୨୪ ମଧ୍ୟରେ। ମହିଳା ଡାକ୍ତରାଣୀଙ୍କ ସହ ଦୁଷ୍କର୍ମ କରି ତାଙ୍କୁ ହତ୍ୟା କରିବା ଅଭିଯୋଗରେ ନଭେମ୍ବର ୨୯ ତାରିଖ ଦିନ ଗିରଫ ହୋଇଥିଲେ। ଶନିବାର ଦିନ ସେମାନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ୪ ଅଭିଯୁକ୍ତ ଚେର୍‌ଲାପାଲ୍ଲୀ କେନ୍ଦ୍ରୀୟ କାରାଗାରରେ ବିଚାରାଧୀନ ବନ୍ଦୀ ଥିଲେ।

Leave a Reply

Your email address will not be published. Required fields are marked *