Thu. Jan 23rd, 2020

ଗଞ୍ଜାମ : ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ଭୁବନେଶ୍ଵର : ଗଞ୍ଜାମ ଜିଲ୍ଲାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। କରାଯାଇଥିବା ଦୁର୍ବୃତ୍ତମାନେ ଯୁବକ ଦ୍ଵୟଙ୍କୁ ହାଣି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଦିଗପହଣ୍ଡି ବ୍ଲକ କରପଡା ଗ୍ରାମ ଓ ଦେଓଖାଳି ଛକରେ ଏହି ଘଟଣା ଘଟିଛି।

ମିଳିଥିବା ଖବର ଅନୁଯାୟୀ ତିନିରୁ ଚାରିଜଣ ଦୁର୍ବୃତ୍ତ କରପଡା ଗ୍ରାମର ବିଜୟ କୁମାର ସେଠୀଙ୍କୁ ଖଣ୍ଡା ଓ ଅନ୍ୟ ମାରଣାସ୍ତ୍ର ଧରି ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ। ଏହା ପରେ ଦୁର୍ବୃତ୍ତମାନେ ଏକ ମୋଟର ସାଇକେଲ ଯୋଗେ ଦେଓଖାଳି ଛକରେ ଜଣେ ଜୁସ୍‌ ଦୋକାନୀ କୃଷ୍ଣ ସାହୁଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଆକ୍ରମଣରେ ଆହତ ହୋଇଥିବା କୃଷ୍ଣ ସାହୁ ଓ ବିଜୟ ସେଠୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବମକେଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି।

ଖବର ପାଇ ନୂଆଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଥିବା ବେଳେ ଦେଓଖାଳି ଛକ ଏବଂ କରପଡା ଗ୍ରାମରେ ଏକ ପ୍ଲାଟୁନ ଲେଖାଏଁ ପୋଲିସ ଫୋର୍ସ ମୃତୟନ କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *