Thu. Jan 23rd, 2020

ଦୁଷ୍କର୍ମ ଘଟଣା ବଢିବା ପଛରେ ପର୍ଣ୍ଣ ସାଇଟ୍‌ ଦାୟୀ : ନିତିଶ କୁମାର

ନୂଆଦିଲ୍ଲୀ : ଦେଶରେ ଦୁଷ୍କର୍ମ ବଢିବାର କାରଣ ହେଉଛି ପର୍ଣ୍ଣ ସାଇଟ୍‌। ପର୍ଣ୍ଣ ସାଇଟ୍‌ ମୋହରେ ପଡି ଯୁବଗୋଷ୍ଠୀ ଏପରି ଅପରାଧ ଘଟାଉଛନ୍ତି। ଅପରାଧୀମାନେ ଅପରାଧ ଘଟାଇବାବେଳେ ତାହାକୁ ବିଭିନ୍ନ ପର୍ଣ୍ଣ ସାଇଟ୍‌ ଓ ସୋସିଆଲ ମିଡ଼ିଆରେ ଅପଲୋଡ୍‌ କିମ୍ବା ସେୟାର କରୁଛନ୍ତି। ଯେଉଁମାନେ ସେହି ଭିଡିଓଗୁଡ଼ିକୁ ଦେଖୁଛନ୍ତି, ସେମାନେ ସ୍ୱାଭାବିକ ଭାବେ ସେପରି ଅପରାଧ ଘଟଣାଇବାକୁ ମନବଳାଉଛନ୍ତି। ହାଇଦ୍ରାବାଦ, ବିହାର, ଉତ୍ତରପ୍ରଦେଶରେ ହୋଇଥିବା ଦୁଷ୍କର୍ମଘଟଣାକୁ ଉଦାହରଣ ଦେଇ ସେ କହିଛନ୍ତି ଯେ ଦେଶରେ ପର୍ଣ୍ଣ ସାଇଟଗୁଡ଼ିକୁ ସଂପୂର୍ଣ୍ଣ ନିଷିଦ୍ଧ କରିବାକୁ ସେ କେନ୍ଦ୍ର ସରକାରଙ୍କୁ ଏକ ପତ୍ର ଲେଖିବେ।

Leave a Reply

Your email address will not be published. Required fields are marked *