Thu. Jan 23rd, 2020

ନାଚ ବନ୍ଦ ହେବାରୁ ମହିଳାଙ୍କୁ ଗୁଳି

ନୂଆଦିଲ୍ଲୀ : ବାହାଘର ଉତ୍ସବରେ ନାଚିବାକୁ ମନା କରିବାରୁ ଜଣେ ମହିଳାଙ୍କୁ ଗୁଳି ହୋଇଛି। ଉତ୍ତର ପ୍ରଦେଶର ଚିତ୍ରକୁଟ ଅଞ୍ଚଳରେ ଘଟିଛି ଏହି ଘଟଣା।

ଖବର ଅନୁଯାୟୀ ନଭେମ୍ବର ୩୦ ତାରିଖ ଦିନ ସୁଧୀର ସିଂହ ନିଜ ଝିଅ ବାହାଘର ଉପଲକ୍ଷେ ଗୋଟାଏ ଅର୍କେଷ୍ଟ୍ରା ଆଣିଥିଲେ। ଦଳେ ଯୁବତୀ ମଞ୍ଚ ଉପରେ ନୃତ୍ୟ ପରିବେଷଣ କରୁଥିଲେ। ଦୀର୍ଘ ସମୟ ନାଚିବା ପରେ କ୍ଲାନ୍ତ ହୋଇପଡ଼ିବାରୁ ହୀନା କ୍ଷଣିକ ପାଇଁ ଅଟକି ଯାଇଥିଲେ। ଦେଖି ଫୁଲ ସିଂହ ତାଙ୍କ ଉପରକୁ ଗୁଳି ଚଳାଇଲେ। ଗୁଳି ହୀନା ଦେବୀ ଓ ସେଠାରେ ଉପସ୍ଥିତ ଥିବା ମିଥିଳେଶ ଏବଂ କମଳେଶଙ୍କ ଦେହରେ ବାଜିଥିଲା। ହୀନା ଦେବୀଙ୍କ ହନୁହାଡ଼ରେ ଗୁଳିମାଡ଼ ହୋଇଥିବାରୁ ଅସ୍ତ୍ରୋପଚାର ନିମନ୍ତେ ତାଙ୍କୁ ଲକ୍ଷ୍ନୌର ଏସ୍‌ଜିପିଜିଆଇରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ଏହି ଘଟଣାରେ ଗାଁ ମୁଖିଆ ଟିକ୍‌ରା ଗାଁର ସୁଧୀର ସିଂହ ଓ ଆତ୍ମୀୟ ଫୁଲ ସିଂହ ଗିରଫ ହୋଇଛନ୍ତି।

Leave a Reply

Your email address will not be published. Required fields are marked *