Thu. Jan 23rd, 2020

ଶିକ୍ଷୟିତ୍ରୀଙ୍କୁ ଗଣଦୁଷ୍କର୍ମ : ୪ ଗିରଫ

ନୂଆଦିଲ୍ଲୀ : ହାଇଦ୍ରାବାଦରେ ପଶୁ ଡାକ୍ତରରାଣୀଙ୍କୁ ଗଣ ଦୁଷ୍କର୍ମ ଓ ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଏନ୍‌କାଉଣ୍ଟରରେ ମାରିବା ପରେ ମଧ୍ୟ ଦୁଷ୍କର୍ମକାରୀ ଚେତୁ ନାହାନ୍ତି। ଗୋଟିଏ ପରେ ଗୋଟିଏ ଏପରି ଅମାନବୀୟ ଘଟଣା ଘଟୁଛି। ମଧ୍ୟପ୍ରଦେଶର ସିଧି ଜିଲ୍ଲାର ରାମପୁର ନୌକିନ ଥାନା ଅଞ୍ଚଳର ପିପରାୱ ଗାଁରେ ଘଟିଛି ଗଣଦୁଷ୍କର୍ମ। ସ୍କୁଲରୁ ଘରକୁ ଫେରୁଥିବା ବେଳେ ଜଣେ ଶିକ୍ଷୟିତ୍ରୀ ୪ଜଣ ଯୁବକଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ ଗତ ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ଏକ ଘରୋଇ ସ୍କୁଲର ଶିକ୍ଷୟିତ୍ରୀ ସ୍କୁଲ ଛୁଟି ପରେ ଘରକୁ ଫେରୁଥିଲେ। ଏହି ସମୟରେ ୪ଜଣ ଯୁବକ ତାଙ୍କୁ ରାସ୍ତା ମଝିରେ ଅଟକାଇ ମୁହଁରେ କପଡ଼ା ବାନ୍ଧି ନିକଟସ୍ଥ କେନାଲ୍‌ କଡ଼ ପଡ଼ିଆକୁ ଘୋଷାଡ଼ି ନେଇଥିଲେ। ସେଠାରେ ଶିକ୍ଷୟିତ୍ରୀଙ୍କ ପାଟିରେ କପଡ଼ା ପୂରାଇ ଅଭିଯୁକ୍ତମାନେ ଜଣକ ପରେ ଜଣେ ଗଣଦୁଷ୍କର୍ମ କରିଥିଲେ। ପୋଲିସ ଏହି ଦୁଷ୍କର୍ମ ବିଷୟରେ ଖବର ପାଇ ତୁରନ୍ତ ଅଭିଯୁକ୍ତ ବଚ୍ଚୁ ଲୋନିୟା,ବୀରୁ ଲୋନିୟା, ନରେନ୍ଦ୍ର ଲୋନିୟା ଓ ଶିବଶଙ୍କର ଲୋନିୟାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *