Thu. Jan 23rd, 2020

ଅଶ୍ଲୀଳ ଭିଡିଓ ଭାଇରାଲ କରିବାର ଧମକ ଦେଇ ବନ୍ଧାହେଲେ ପ୍ରେମିକ

ଭୁବନେଶ୍ଵର : ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା। ୪ ବର୍ଷ ଶାରିରୀକ ସମ୍ପର୍କ ରଖିବା ପରେ ବିବାହ ନକରି ସଂପର୍କୀୟଙ୍କ ଘରେ ଛାଡି କେଉଁ ଆଡେ ଚାଲିଯାଇଥିଲେ। ଏବେ ଯୌତୁକ ଦାବି କରି ବିବାହକୁ ଏଡାଇ ଯାଇଥିବା ବେଳେ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇ ବନ୍ଧା ହୋଇଛନ୍ତି।

ଘଟଣାଟି ଭଦ୍ରକ ଗ୍ରାମାଞ୍ଚଳ ଥାନା ରାହାଞ୍ଜ ଅଞ୍ଚଳରେ ଘଟିଛି। ଯୁବତୀଙ୍କ ଅଭିଯୋଗ କ୍ରମେ ପ୍ରେମିକ ୪୨୦କୁ ପୋଲିସ ଗିରଫ କରିଛି। ଯୁବତୀର ଅଭିଯୋଗ ଅନୁଯାୟୀ ଅସୁରା ଗାଁର ପ୍ରମୋଦ ଲେଙ୍କା ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ୪ ବର୍ଷ ଧରି ଶାରିରୀକ ସମ୍ପର୍କ ରଖିଥିଲେ। ଗତ ୫ ଡିସେମ୍ବରେ କୋର୍ଟରେ ବିବାହ କରିବାକୁ କହି ଯୁବତୀଙ୍କୁ ଆଣିଥିଲେ। କିନ୍ତୁ ବିବାହ ନକରି ତାଙ୍କୁ ସଂପର୍କୀୟଙ୍କ ଘରେ ଛାଡି କେଉଁ ଆଡେ ଚାଲିଯାଇଥିଲେ। ପରେ କହିଥିଲେ ୧୦ ଲକ୍ଷ ଟଙ୍କା ଓ ୧୦ ଭରି ସୁନା ଦେଲେ ବିବାହ କରିବି। ଏକଥା କାହାକୁ କହିଲେ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ କରିଦେବାକୁ ଧମକ ପ୍ରମୋଦ ଦେଇଥିଲା ବୋଲି ଯୁବତୀ ଜଣକ ଅଭିଯୋଗରେ ଦର୍ଶାଇଛନ୍ତି।

Leave a Reply

Your email address will not be published. Required fields are marked *