Thu. Jan 23rd, 2020

ଉନ୍ନାଓ ପୀଡିତାଙ୍କ ଭାଇକୁ ବନ୍ଧୁକ ଲାଇସେନ୍‌ସ ଓ ଭଉଣୀକୁ ସରକାରୀ ଚାକିରି ମିଳିବ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଉନ୍ନାଓ ଜିଲ୍ଲାରେ ଗଣଦୁଷ୍କର୍ମ ଓ ଜିଅନ୍ତା ଜାଳି ଦେଇଥିବା ଯୁବତୀଙ୍କର ଆଜି ଅନ୍ତିମ ସଂସ୍କାର ଶେଷ ହୋଇଛି। ପୀଡିତାଙ୍କ ପରିବାର ଲୋକେ ଶନିବାର ଦିନ ଦିଲ୍ଲୀରୁ ଶବ ଆସିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବା ପାଇଁ ଦାବି କରିଥିଲେ। ଅନେକ ବୁଝାଶୁଝା ପରେ ପରିବାର ଲୋକେ ରାଜି ହୋଇ ପୀଡିତାଙ୍କୁ ପୋତା ଯାଇଥିଲା।

ଅନ୍ୟପକ୍ଷରେ ସରକାର ଘୋଷଣା କରିଛନ୍ତି ପୀଡିତାଙ୍କ ଭଉଣୀଙ୍କୁ ସରକାରୀ ଚାକିରି ମିଳିବ। ଭାଇକୁ ଦିଆଯିବ ବନ୍ଧୁକ ଲାଇସେନ୍‌ସ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପୀଡ଼ିତାଙ୍କ ପରିବାରକୁ ଦୁଇଟି ଘର ଦିଆଯିବ। ଏହା ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୫ଲକ୍ଷ ଟଙ୍କାର ସାହାଯ୍ୟ ପ୍ରଦାନ କରାଯାଇଛି। ଲକ୍ଷ୍ନୌ କମିଶନର କହିଛନ୍ତି ପୀଡିତାଙ୍କ ଭଉଣୀ ଓ ପରିବାରର ଅନ୍ୟ ସଦସ୍ୟଙ୍କୁ ୨୪ଘଣ୍ଟାର ସୁରକ୍ଷା ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *