Wed. Feb 26th, 2020

ବକ୍ସ ଅଫିସରେ ‘ପତି ପତ୍ନୀ ଔର ୱୋ’ର ଜଲୱା

ମୁମ୍ବାଇ : କାର୍ତ୍ତିକ ଆର୍ଯ୍ୟାନ୍, ଭୂମି ପେଡନେକର ଓ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ‘ପତି ପତ୍ନୀ ଔର ୱୋ’ ବକ୍ସ ଅଫିସରେ ଧମାଲ କରୁଛି। ଏହି ଫିଲ୍ମ ପ୍ରଥମ ଦିନଠାରୁ ଦ୍ଵିତୀୟ ଦିନରେ ଭଲ ଆୟ କରିଛି। ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ଫିଲ୍ମର କଲେକ୍ସନକୁ ନେଇ କହିଛନ୍ତି ଏହି ଫିଲ୍ ଦ୍ଵିତୀୟ ଦିନରେ ୧୨.୩୩ କୋଟି ବିଜନେସ୍ କରିଛି। ଦୁଇ ଦିନର ବ୍ୟବସାୟକୁ ମିଶାଇଲେ ସମୁଦାୟ ୨୧.୪୩ କୋଟି ହୋଇଛି। ଫିଲ୍ମର ସମୁଦାୟ ବଜେଟ୍ ୩୦ କୋଟି। ହେଲେ ଫିଲ୍ମ ପ୍ରଥମ ଦିନରେ ୯.୧୦ କୋଟି ବ୍ୟବସାୟ କରିଥିଲା। ଏହା ହେଉଛି କାର୍ତ୍ତିକ ଆର୍ଯ୍ୟାନଙ୍କ ସବୁଠାରୁ ଅଧିକ ବ୍ୟବସାୟ କରିଥିବା ଫିଲ୍ମ। ଏଥିରେ କାର୍ତ୍ତିକ ଚିଣ୍ଟୁ ତ୍ୟାଗୀ ଭୂମିକାରେ ଅଛନ୍ତି। ଭୂମି ପେଡେନକର କାର୍ତ୍ତିକଙ୍କ ପତ୍ନୀ ଓ ଅନନ୍ୟା ପାଣ୍ଡେ ଅଫିସ୍ ସେକ୍ରେଟାରୀ ଭୂମିକାରେ ଅଭିନୟ କରିଛନ୍ତି।

Leave a Reply

Your email address will not be published. Required fields are marked *