Thu. Jan 23rd, 2020

ଆଇପିସି ଓ ସିଆରପିସିରେ ପରିବର୍ତ୍ତନ ହେବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଭାରତୀୟ ପିଙ୍ଗଳ କୋଡ୍‌ ବା ଆଇପିସି ଏବଂ କୋଡ୍‌ ଅଫ୍‌ କ୍ରିମିନାଲ ପ୍ରୋସିଜିଓର ଆଦିରେ ପରିବର୍ତ୍ତନ ଆଣିବାକୁ ଯାଉଛି। ଆଜି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ପୁଣେଠାରେ ଡିଜିପି ଓ ଆଇଜିପିମାନଙ୍କ ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଆଜିର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଆହୁରି ସକ୍ରିୟ କରିବା ପାଇଁ ଆଇପିସି ଓ ସିଆରପିସିରେ ପରିବର୍ତ୍ତନ ଅଣାଯିବ।

ପୂର୍ବରୁ ସେ କହିଥିଲେ ମୋବ ଲିଞ୍ଚିଂ ସମ୍ପର୍କିତ ଆଇପିସି ଓ ସିଆରପିସି ଆଇନରେ ଆମେଣ୍ଡମେଣ୍ଟ କରିବା ପାଇଁ କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି। ଏହି କମିଟି ଆଇନଗତ ପରିବର୍ତ୍ତନ ନେଇ ପରାମର୍ଶ ଦେବ। ଅନୁଭୂତି ସମ୍ପନ୍ନ ତଦନ୍ତ ଅଧିକାରୀ ଓ ଓକିଲଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳମାନେ ମଧ୍ୟ ପରାମର୍ଶ ଦେଇପାରିବେ। ସେହିପରି ଗତ ସପ୍ତାହରେ ସ୍ୱରାଷ୍ଟ୍ର ସଚିବ ଜି କିଶନ୍‌ ରେଡ୍ଡି କହିଥିଲେ ହତ୍ୟା ଓ ଦୁଷ୍କର୍ମ ଭଳି ଅପରାଧିକ ମାମଲାର ଶୁଣାଣି ତ୍ୱରାନ୍ୱିତ କରିବା ପାଇଁ ଆଇପିସି ଓ ସିଆରପିସିରେ ପରିବର୍ତ୍ତନ ଅଣାଯିବାର ଅଛି।

Leave a Reply

Your email address will not be published. Required fields are marked *