Thu. Jan 23rd, 2020

ଅଟୋକୁ ପିଟିଲା ବୋଲେରୋ: ୧ ମୃତ, ୧୪ ଆହତ

ଭୁବନେଶ୍ଵର : ହାଟ ସାରି ଅଟୋରେ ଘରକୁ ଫେରୁଥିବା ବେଳେ ବୋଲେରୋ ପିଟିଦେବାରୁ ଜଣେ ହାଟୁଆଙ୍କ ଜୀବନଯାଇଛି। ୧୪ ଜଣ ଗୁରୁତର ଆହତ ହୋଇଛନ୍ତି। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଆଜି ଅପରାହ୍ନରେ ଦାରିଙ୍ଗିବାଡ଼ ଥାନା ଅଞ୍ଚଳରେ ଘଟିଛି।

ଦାରିଙ୍ଗିବାଡ଼ି ସାପ୍ତାହିକ ହାଟକୁ କେରୁବାଡ଼ି ଗାଁର ଲୋକମାନେ ଆଜି ସଉଦା କରିବାକୁ ଯାଇଥିଲେ। ହାଟ ସାରି ସେମାନେ ଏକ ଅଟୋରେ ଘରକୁ ଫେରୁଥିଲେ। ଏନ୍‌ଏଚ୍‌-୫୯ର ସିଆଙ୍ଗବାଲି ଛକର ବୁଲାଣୀ ରାସ୍ତାରେ ବିପରିତ ଦିଗରୁ ଆସୁଥିବା ଏକ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ମଙ୍ଗୁଳି ନାୟକଙ୍କ ମୃତ୍ୟୁ ଘଟିଥିବା ବେଳେ ଅଟୋ ଚାଳକଙ୍କ ସମେତ ୧୩ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଦାରିଙ୍ଗିବାଡ଼ି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। କେତେଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

Leave a Reply

Your email address will not be published. Required fields are marked *