Thu. Jan 23rd, 2020

ସରକାରୀ ଯୋଜନାରେ ଆଧାର ସଂଯୋଗ ବାଧ୍ୟତାମୂଳକ

ଭୁବନେଶ୍ୱର : ସରକାରୀ ଯୋଜନାରେ ଆଧାର ସଂଯୋଗ ବାଧ୍ୟତାମୂଳକ ହେବ। ଏଥିପାଇଁ କେନ୍ଦ୍ର ସରକାର ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିଥିବା ବେଳେ ଅର୍ଥ ବିଭାଗ ଅନ୍ୟ ସବୁ ବିଭାଗକୁ ଚିଠି ଲେଖି ଜଣାଇ ଦେଇଛନ୍ତି। କେଉଁ ବିଭାଗରେ କି ଜନହିତକର ଯୋଜନା କାର୍ଯ୍ୟକାରୀ ହେଉଛି ଓ କେଉଁ ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧା ଟଙ୍କା ଯାଉଛି, ତାକୁ ଚିହ୍ନଟ କରି ଆଧାର ଲିଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବ। ୨୦୧୮ ସେପ୍ଟେମ୍ବର ୨୬ ତାରିଖରେ ଜନହିତକର ଯୋଜନା ସହ ଆଧାର ସଂଯୋଗ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ କେନ୍ଦ୍ରୀୟ ଗାଇଡ୍‌ଲାଇନ୍‌ ଜାରି ହୋଇଛି।

Leave a Reply

Your email address will not be published. Required fields are marked *