Thu. Jan 23rd, 2020

ନିୟମିତ କଞ୍ଚାଲଙ୍କା ସେବନ ସ୍ଵାସ୍ଥ୍ୟପକ୍ଷେ ଉପକାରୀ

ସ୍ଵାସ୍ଥ୍ୟ ପାଇଁ କଞ୍ଚାଲଙ୍କା ବେଶ୍‌ ଉପକାରୀ। ଏହାକୁ ଅନେକ ନିୟମିତ ଭାବେ ଖାଦ୍ୟରେ ସାମିଲ କରିଥାନ୍ତି। କିନ୍ତୁ ଉପାଦେୟ ଗୁଣ ବିଷୟରେ ଜାଣି ନ’ଥାନ୍ତି। କଞ୍ଚାଲଙ୍କାରେ ଥାଏ ଭରପୂର ଭିଟାମିନ୍‌ ଓ ମିନେରାଲ୍ସ। ଏହା ଓଜନ କମ୍‌ କରିବାଠାରୁ ଆରମ୍ଭ କରି ଅନେକ ସ୍ଵାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। ତେବେ ଆସନ୍ତୁ ଏ ବିଷୟରେ ଜାଣିବା।

୧- କଞ୍ଚାଲଙ୍କାରେ ଥିବା ଡାଏଟ୍ରି ଫାଇବର ପାଚନ ପ୍ରକ୍ରିୟାରେ ସହାୟକ ହୁଏ।

୨– କଞ୍ଚାଲଙ୍କାରେ ଭିଟାମିନ ସି ଓ ଇ ରହିଛି। ଏହା ତ୍ୱଚାର ଚମକ ବଢ଼ାଇ ଥାଏ।

୩– ଏଥିରେ ପାଣିର ମାତ୍ରା ଅଧିକ ଥିବାରୁ ଏହା କ୍ୟାଲୋରୀ ଶୂନ ଥିବା ଖାଦ୍ୟ। ତେଣୁ ଓଜନ କମ୍‌ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଭଲ। କାରଣ ଏହା ଚର୍ବି ଅଂଶକୁ କମ୍‌ କରିଥାଏ। ଫଳରେ ଓଜନ କମ୍‌ କରିଥାଏ।

୪- କଞ୍ଚାଲଙ୍କା ବିଟା-କ୍ୟାରୋଟିନ, ଆଣ୍ଟିଅକ୍ସିଡାଣ୍ଟର ଉତ୍ସ। ଏହା ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।

୫- ନିୟମିତ କଞ୍ଚାଲଙ୍କା ସେବନ ଦ୍ୱାରା ଇନ୍‌ସୁଲିନ (ଶର୍କରା)ର ସ୍ତର ନିୟନ୍ତ୍ରଣରେ ରହିଥାଏ। ଫଳରେ ରକ୍ତରେ ଏହାର ପରିମାଣ ସନ୍ତୁଳିତ ରହିଥାଏ।

୬- କଞ୍ଚାଲଙ୍କାରେ ଭିଟାମିନ୍‌ ଭରପୂର ଥିବାରୁ ଏହା ଅଷ୍ଟିଓପୋରୋସିସ୍‌ର ଆଶଙ୍କାକୁ କମ୍‌ କରିବାରେ ମଧ୍ୟ ସହାୟକ ହୁଏ।

Leave a Reply

Your email address will not be published. Required fields are marked *