Thu. Jan 23rd, 2020

ମହିଳା ସହକର୍ମୀଙ୍କୁ ଅସଦାଚରଣ ଅଭିଯୋଗରେ ୩ ଅଧିକାରୀଙ୍କ ନାଁ’ରେ ମାମଲା

ଭୁବନେଶ୍ବର: ଆମ୍ବୁଲାନ୍ସ ସେବା ଯୋଗାଉଥିବା ଏକ ସଂସ୍ଥାର ୩ଜଣ ଉଚ୍ଚପଦସ୍ଥ ଅଧିକାରୀଙ୍କ ନାମରେ ମହିଳା ସହକର୍ମୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ଏନେଇ ମହିଳା ଥାନାରେ ଅଭିଯୋଗ ହେବ ପରେ ପୋଲିସ ଦଫା ୩୫୪(ଏ), ୨୯୪ ଓ ୩୪ ରେ ମାମଲା ରୁଜୁ କରି ଦୁଇଜଣ ପଚରାଉଚରା କରିଥିବା ବେଳେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଅଫିସ୍‌ ଆସୁ ନାହାନ୍ତି। ପୋଲିସ ଭିଡିଓ ଫୁଟେଜ୍‌ ମଗାଇଛି। ପ୍ରମାଣ ମିଳିବା ପରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ। ଅଭିଯୁକ୍ତ ଅଧିକାରୀମାନେ ହେଲେ ଦୀପକ ଶ୍ରୀବାସ୍ତବ, ସନ୍ତୋଷ ସାମଲ ଓ ଦେବୀ ପ୍ରସାଦ ପଟ୍ଟନାୟକ।

ମହିଳାଙ୍କ ଅଭିଯୋଗ କରିଛନ୍ତି ମାମଲା ରଫାଦଫା କରିବା ପାଇଁ ତାଙ୍କ ପରିବାର ପ୍ରବଳ ଚାପ ପଡ଼ୁଥିବା ବେଳେ ତାଙ୍କୁ ଚାକିରିରୁ ବାହାର କରିଦେବାକୁ ଧମକ ମିଳୁଛି। ମହିଳା ଥାନା ଇନ୍‌ସ୍‌ପେକ୍ଟର ବନିତା ମହାରଣା କହିଛନ୍ତି ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି। ତଦନ୍ତ ଚାଲିଛି।

Leave a Reply

Your email address will not be published. Required fields are marked *