Sun. Jan 26th, 2020

ସମ୍ବଲପୁର : ଗଣଦୁଷ୍କର୍ମ ପରେ ମହିଳାଙ୍କୁ ରାସ୍ତାରେ ଫିଙ୍ଗିଦେଲେ ଅଭିଯୁକ୍ତ

ଭୁବନେଶ୍ଵର : ହାଇଦ୍ରାବାଦ ପୋଲିସ ୪ ଜଣ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରି ହତ୍ୟା କରିବା ପରେ ମଧ୍ୟ ଯୌନପିପାସୁଙ୍କ ଚେତା ପଶୁନି। ଘଟାଇ ଚାଲିଛନ୍ତି ଦୁଷ୍କର୍ମ ଅପରାଧ। ସମ୍ବଲପୁର ସହରରେ ଏପରି ଏକ ଘଟଣା ଘଟିଛି। ଜଣେ ଆଦିବାସୀ ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିବା ଅଭିଯୁକ୍ତମାନେ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ରାସ୍ତା କଡ଼ରେ ଫିଙ୍ଗି ଦେଇଛନ୍ତି। ପୀଡ଼ିତାଙ୍କୁ ପୋଲିସ ଉଦ୍ଧାର କରି ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛି। ଏହି ଘଟଣାରେ ପୋଲିସ ୬ ଜଣଙ୍କୁ ସନ୍ଦେହରେ ଅଟକ ରଖିଛି।

ଖବର ଅନୁଯାୟୀ ସମ୍ବଲପୁର ଜିଲ୍ଲା ହୀରାକୁଦ ଥାନା ସାପଲହରା ଅଞ୍ଚଳର ଆଦିବାସୀ ମହିଳା ଶନିବାର ଅଇଁଠାପାଲିର ଡେଙ୍ଗ୍‌ସରଗି ଗାଁର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥି‌ଲେ। ରାତି ପ୍ରାୟ ସାଢ଼େ ୯ଟା ସମୟରେ ମହିଳା ଜଣଙ୍କ ଗାଁ ମୁଣ୍ଡର ଏକ ଦୋକାନକୁ ଯାଉଥିବା ସମୟରେ ସେହି ଗ୍ରାମର ୨ ଜଣ ଯୁବକ ତାଙ୍କୁ ଉଠାଇ ନେଇଥିଲେ। ପ୍ରାୟ ୧ କିମି ଦୂର ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ। ସେଠାରେ ପହଞ୍ଚିଥିଲେ ଆଉ ୨ ଜଣ ଯୁବକ। ୪ ଜଣ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ। ବିରୋଧ କରିବାରୁ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ରାତିସାରା ଗଣଦୁଷ୍କର୍ମ କରିବା ପରେ ଭୋରରୁ ବାଇକ୍‌ରେ ଅନ୍ୟତ୍ର ନେଉଥିବା ସମୟରେ ରାସ୍ତା ଉପରେ ଖସି ପଡ଼ିଥି‌ଲେମହିଳା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଚେତାଶୁନ୍ୟ ହୋଇପଡିଥିଲେ। ଥିଲା। ମହିଳାଙ୍କର ମୃତ୍ୟୁ ହୋଇଥବା ଭାବି ଅଭିଯୁକ୍ତମାନେ ଫେରାର୍‌ ହୋଇଯାଇଥିଲେ। ରାସ୍ତା ଉପରେ ମହିଳାଜଣକ ପଡ଼ିଥିବା ଦେଖି ଜଣେ ଜଳଖିଆ ଦୋକାନୀ ପୋଲିସକୁ ଖବର ଦେବାରୁ ଅଇଁଠାପାଲି ପୋଲିସ ସଂଜ୍ଞାହୀନ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଅପହରଣ ପରେ ମହିଳାଙ୍କୁ ଅଭିଯୁକ୍ତମାନେ ପ୍ରଚୁର ନିଶା ଦେଇ ଗଣଦୁଷ୍କର୍ମ କରିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *