Sun. Jan 26th, 2020

ଯାଜପୁର: ଦମ୍ପତିଙ୍କ ଉପରେ ଓଲଟି ପଡ଼ିଲା କ୍ରୋମାଇଟ ବୋଝେଇ ଟ୍ରକ

ଭୁବନେଶ୍ଵର : ଯାଜପୁର କଳିଙ୍ଗନଗର ଥାନା ପଙ୍କପାଳ ବଙ୍ଗଳା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବାଇକ୍‌ରେ ଯାଉଥିବା ଏକ ଦମ୍ପତିଙ୍କ ଉପରେ କ୍ରୋମାଇଟ୍‌ ବୋଝେଇ ଟ୍ରକ୍‌ ଓଲଟି ପଡିବାରୁ କ୍ରୋମାଇଟ ଭିତରେ ଦମ୍ପତି ସମ୍ପୂର୍ଣ୍ଣ ପୋତି ହୋଇ ଯାଇଥିଲେ। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଲୋକେ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି କ୍ରୋମାଇଟ ଭିତରୁ ଜୀବନମରଣ ସହ ସଂଗ୍ରାମ କରୁଥିବା ଦମ୍ପତିଙ୍କୁ ଉଦ୍ଧାର କରି ସ୍ଥାନୀୟ ଟାଟା ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ କଟକ ସ୍ଥାନାନ୍ତରିତ କରାଯାଇଛି। ଉକ୍ତ ବ୍ୟକ୍ତିଙ୍କର ଗୋଡ ୨ଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଏହି ଦମ୍ପତି ତାଳଜଙ୍ଗା ଗ୍ରାମର ବୋଲି ଜଣାପଡିଛି। ଦୁର୍ଘଟଣା ଘଟାଇ ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *