Sun. Jan 26th, 2020

ଡିଭିଜନ୍ ୧ ପକ୍ଷରୁ ଟୋଷ୍ଟମାଷ୍ଟରର୍ସ ଅର୍ଦ୍ଧ-ବାର୍ଷିକ ସମ୍ମିଳନୀ ଇମ୍ପ୍ରେସନ୍ ଆୟୋଜିିତ

ଭୁବନେଶ୍ୱର : ଡିଭିଜନ୍ ୧ ପକ୍ଷରୁ ଏହାର ଅର୍ଦ୍ଧ-ବାର୍ଷିକ ସମ୍ମିଳନୀ ଇନ୍ଫୋସିସ୍ ଏସ୍ଟିପିରେ ଆଜି ଆୟୋଜିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା, ଝାଡ଼ଖଣ୍ଡ ଓ ବିହାର ଟୋଷ୍ଟମାଷ୍ଟରର୍ସ କ୍ଲବକୁ ନେଇ ଗଠିତ ଡିଭିଜନ୍-୧ର ଶ୍ରେଷ୍ଠ ବକ୍ତାଙ୍କୁ ସମ୍ମାନିତ କରିବା ଲକ୍ଷ୍ୟରେ ଏକ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।

ସାଧାରଣ ଲୋକମାନଙ୍କ ମଧ୍ୟରୁ ଶ୍ରେଷ୍ଠ ବକ୍ତାକୁ ସମ୍ମାନିତ କରିବା ଓ ଏହାର ସଦସ୍ୟମାନଙ୍କୁ ଯୋଗାଯୋଗ ଓ ନେତୃତ୍ୱ ଦକ୍ଷତା ବିକଶିତ କରିବା ପାଇଁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଡିଭିଜନ୍ ୧ ପକ୍ଷରୁ ପ୍ରତ୍ୟେକ ବର୍ଷ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥାଏ। ବ୍ୟଙ୍ଗାତ୍ମକ ଭାଷଣ ପ୍ରତିଯୋଗିତା ଓ ଭାଷଣ ମୂଲ୍ୟାଙ୍କନ ପ୍ରତିଯୋଗିତା ଭଳି ଦୁଇଟି ବିଭାଗରେ ଆୟୋଜିତ ଉକ୍ତ ପ୍ରତିଯୋଗିତାକୁ ଦର୍ଶକମାନେ ବେଶ ଉପଭୋଗ କରିଥିଲେ । ଏହି ଅବସରରେ ସଦସ୍ୟମାନଙ୍କ ମଧ୍ୟରେ ପ୍ରଭାବୀ ବକ୍ତା ଓ ନେତୃତ୍ୱ କ୍ଷମତା ବିକଶିତ କରିବା ପାଇଁ ସୂଚନାତ୍ମକ ଓ ଶିକ୍ଷାଗତ କର୍ମଶାଳାର ଆୟୋଜନ କରାଯାଇଥିଲା। ଓଡ଼ିଶା, ଝାଡ଼ଖଣ୍ଡ ଓ ବିହାରର ଡିଭିଜନ୍ ନିର୍ଦ୍ଦେଶକ ଅଭିଶେକ ଦାସ କହିଛନ୍ତି ଯେ, “ଇମ୍ପ୍ରେସନ୍ ଲୋକମାନଙ୍କୁ ନିଜ ଶବ୍ଦର ଶକ୍ତି ବଢାଇବାରେ ସହଯୋଗ କରିଥାଏ। ଏଭଳି କାର୍ଯ୍ୟକ୍ରମ ଡିଭିଜନ୍ ସଦସ୍ୟ ବ୍ୟତୀତ ସାଧାରଣ ଲୋକମାନଙ୍କୁ ସାର୍ବଜନୀନ ବକ୍ତା ହେବା କ୍ଷମତା ବିକଶିତ କରିବାରେ ସହଯୋଗ କରିବ”।

ନିଜ ସଦସ୍ୟମାନଙ୍କୁ ଉନ୍ନତ ଯୋଗାଯୋଗ ଓ ଆତ୍ମବିଶ୍ୱାସୀ ବକ୍ତା ଭାବେ ସଶକ୍ତ କରୁଥିବା ଟୋଷ୍ଟମାଷ୍ଟରର୍ସ ଇଣ୍ଡରନ୍ୟାସନାଲ ଏହି କାର୍ଯ୍ୟର ଅଗ୍ରଗତି ପାଇଁ ସାରା ବିଶ୍ୱରେ କ୍ଲବ୍ ସ୍ଥାପିତ କରିଛି। ବ୍ୟଙ୍ଗାତ୍ମାକ ଭାଷଣ ପ୍ରତିଯୋଗିତାରେ ବିଭିନ୍ନ ବକ୍ତାମାନେ ଏକ ବାର୍ତା ସହିତ ନିଜ ରୋଗକ ଭାଷଣ ଦେଇଥିଲେ। ସେହିପରି ସର୍ବସାଧାରଣ ଭାଷଣର ବିଭିନ୍ନ ଦିଗ ଆଧାରରେ ଅନ୍ୟ ଏକ ଭାଷଣକୁ ଛୁଇଁ ପାରୁଥିବା ଶ୍ରେଷ୍ଠ ବକ୍ତାଙ୍କୁ ସମ୍ମାନିତ କରିବା ଲକ୍ଷ୍ୟରେ ମୂଲ୍ୟାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ନିଜ ସଦସ୍ୟମାନଙ୍କ ମଧ୍ୟରେ ଭାଷଣ ଦ୍ୱାରା ଶ୍ରୋତାଙ୍କୁ ବାନ୍ଧି ରଖିବା ଦକ୍ଷତା ବିକଶିତ କରିବା ଲକ୍ଷ୍ୟରେ ଟୋଷ୍ଟମାଷ୍ଟରର୍ସ ବରିଷ୍ଠ କର୍ମକର୍ତାଙ୍କ ପକ୍ଷରୁ ଏକ କର୍ମଶାଳା ମଧ୍ୟ ଆୟୋଜିତ ହୋଇଥିଲା। ଡିଷ୍ଟ୍ରିକ୍ଟ ୪୧ କାର୍ଯ୍ୟକ୍ରମ ଗୁଣବତା ନିର୍ଦ୍ଦେଶକ ଟୋଷ୍ଟମାଷ୍ଟରର୍ସ ନିମେସ ଜୋସେଫ୍ ଏକ ବ୍ୟକ୍ତିକୁ ଉନ୍ନତମାନର ନେତୃତ୍ୱ କ୍ଷମତା ହାସଲ ପାଇଁ ସଠିକ୍ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ବିଷୟରେ ସୂଚନା ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *