Thu. Jan 23rd, 2020

ହିନ୍ଦୁସ୍ତାନ କୋକାକୋଲା, ୟୁଏନଡିପି ଓ ବିଏମସି ପକ୍ଷରୁ ‘ପ୍ଲାଷ୍ଟିକ୍ ଲାଓ, ଥୈଲା ପାଓ’ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର : ‘ପ୍ଲାଷ୍ଟିକ୍ ଲାଓ, ଥୈଲା ପାଓ’ ଅଭିଯାନ ଶୁଭାରମ୍ଭ କରିବାକୁ ଆଜି ଭୁବନେଶ୍ୱର ମହାନଗର ନିଗମ, ହିନ୍ଦୁସ୍ତାନ କୋକା-କୋଲା ବେଭରେଜେସ୍ ପ୍ରାଇଭେଟ୍ ଲିମିଟେଡ୍ (ଏଚସିସିବି) ଓ ଜାତିସଂଘ ଉନ୍ନୟନ କାର୍ଯ୍ୟକ୍ରମ (ୟୁଏନଡିପି) ହାତ ମିଶାଇଛନ୍ତି। ବର୍ଜ୍ୟ ପରିଚାଳନା ଦିଗରେ କାମ କରୁଥିବା ସ୍ଥାନୀୟ ଏନଜିଓ ‘କୋର୍’ ଜରିଆରେ ଓଡ଼ିଶା ଶିଳ୍ପାଂଚଳ ଉନ୍ନୟନ ନିଗମ (ଇଡକୋ) ଏହି ଅଭିଯାନକୁ ସହାୟତା କରୁଛି।

ଅଭିଯାନର ଅଂଶସ୍ୱରୂପ ପ୍ଲାଷ୍ଟିକର ଦାୟିତ୍ୱବାନ ବ୍ୟବହାର ଓ ଏହାର ପରିତ୍ୟାଗ ଉଦ୍ଦେଶ୍ୟରେ ଏକ୍ରାମ ହାଟ ପରିସରରେ ଏକ ମିନି ମ୍ୟାଟେରିଆଲ ରିକଭରି ଷ୍ଟଲ ସ୍ଥାପନ କରାଯାଇଛି। ଏଠାରେ ପରିଦର୍ଶକମାନଙ୍କୁ ବର୍ଜ୍ୟ ପ୍ଲାଷ୍ଟିକ୍ ବସ୍ତୁ ଆଣି ଏହା ପରିବର୍ତ୍ତେ ନବୀକରଣ କପଡ଼ା ବ୍ୟାଗ୍ ବଦଳାଇବାକୁ ପ୍ରୋତ୍ସାହିତ କରାଯିବ। ସଫାଇ ସାଥୀ ବା ବର୍ଜ୍ୟ ଉଠାଳିଙ୍କୁ ଏକ ଉତ୍ତମ ଜୀବନଜୀବିକା ପ୍ରଦାନରେ ସହାୟକ ହେବ। ଏହି ଅଭିଯାନକୁ ଡ. ଭକ୍ତ କବି ଦାସ, ସିଜିଏମ୍ (ପିସି)- ଇଡକୋ, ଶୁଭେନ୍ଦୁ ସାହୁ, ଡେପୁଟି କମିସନର-ବିଏମସି, ପ୍ରଭଜୋତ୍ ଶୋଦ୍ଧି-ମୁଖ୍ୟ ସର୍କୁଲାର ଇକୋନୋମି, ୟୁଏନଡିପି, ଆଭା ମିଶ୍ର-ରାଜ୍ୟ ମୁଖ୍ୟ, ୟୁଏନଡିପି ଓ ସୁସ୍ମିତା ଶୁଭଦର୍ଶିନୀ ବେହେରା- ମ୍ୟାନେଜର-ଏଚସିସିବି ଉଦଘାଟନ କରିଥିଲେ।

Leave a Reply

Your email address will not be published. Required fields are marked *