Thu. Jan 23rd, 2020

ଜନସନ୍ ଶିଶୁ ପାଉଡ଼ର ନିରାପଦ ଓ ଆଜବେଷ୍ଟଟସ୍ ମୁକ୍ତ

ଭୁବନେଶ୍ଵର : ଜନସନ୍ ଶିଶୁ ପାଉଡ଼ର ନିରାପଦ ଓ ଆଜବେଷ୍ଟଟସ୍ ମୁକ୍ତ ବୋଲି ଜନସନ୍ ଏଣ୍ଡ ଜନସନ୍ କଂଜ୍ୟୁମର କଂପାନୀ ପକ୍ଷରୁ ଦୃଢ଼ ଭାବେ କୁହାଯାଇଛି। ଏସଂକ୍ରାନ୍ତ ଅଭିଯୋଗ ଉପରେ କଂପାନୀର ଆଭ୍ୟନ୍ତରିଣ ଅନୁଧ୍ୟାନରୁ ଏହା ଜଣାପଡ଼ିଛି ବୋଲି କୁହାଯାଇଛି ।

ଜନସନ୍ ଶିଶୁ ପାଉଡ଼ର ନମୁନାରେ ଆଜବେଷ୍ଟଟସ୍ ଥିବା ଯୁକ୍ତରାଷ୍ଟ୍ର ଆମେରିକା ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫଡ଼ିଏ) ପକ୍ଷରୁ କୁହାଯାଇଥିଲା। ପରୀକ୍ଷାଗାରରେ ପରୀକ୍ଷା ନିରୀକ୍ଷା ପରେ ପାଉଡ଼ର ନମୁନାରେ ଆଜବେଷ୍ଟଟସ୍ ନଥିବା ଜଣାପଡ଼ିଛି। ଏଫଡ଼ିଏ ଏହି ନମୁନା ପରୀକ୍ଷା ଏଏମଏ ଲ୍ୟାବରେ କରିଥିଲା। କିନ୍ତୁ ଏଏମଏ ପ୍ରଚଳିତ ବ୍ୟବସ୍ଥା ବାହାରେ ଏହି ପରୀକ୍ଷା କରିଥିଲା ବୋଲି ଜନସନ୍ ପକ୍ଷରୁ କୁହାଯାଇଛି। ତେଣୁ ଏଏମଏ ଲ୍ୟାବର ନମୁନା ସଂକ୍ରମିତ ହୋଇଥାଇ ପାରେ ବା ପରୀକ୍ଷାରେ ତ୍ରୂଟି ରହିଥାଇପାରେ ବୋଲି କଂପାନୀ ଅନୁଧ୍ୟାନ ସମୟରେ ଜଣାପଡ଼ିଛି।
କମ୍ପାନୀ କହିଛି ନିରାପଦ ଓ ଉତ୍ତମ ମାନର ପାଉଡ଼ର ଯୋଗାଣ ପାଇଁ ଆମେ ସର୍ବଦା ନମୁନା ପରୀକ୍ଷଣ କରିଥାଉ। ଏଫଡ଼ିଏ ଅଭିଯୋଗ ଉପରେ ଆମେ ୧୫୦ରୁ ଅଧିକ ନମୁନା ପରୀକ୍ଷଣ କରିଛୁ। ତେଣୁ ଆମ ପାଉଡ଼ର ନିରାପଦ ଓ ଆଜବେଷ୍ଟଟସ୍ ମୁକ୍ତ ବୋଲି ଜନସନ୍ ଏଣ୍ଡ ଜନସନ୍ କଂଜ୍ୟୁମର କଂପାନୀ ପକ୍ଷରୁ ଦୃଢ଼ ଭାବେ କୁହାଯାଇଛି।

Leave a Reply

Your email address will not be published. Required fields are marked *