Sun. Jan 26th, 2020

ଜାନୁଆରୀରୁ ବଢିବ ଗାଡ଼ି ମୂଲ୍ୟ

ନୂଆଦିଲ୍ଲୀ : ଆସନ୍ତା ଜାନୁଆରୀରୁ ଦେଶରେ ବିଭିନ୍ନ ଯାନବାହାନର ଦର ବଢିବ। ବୃହତ୍ତମ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ଜାନୁଆରୀ ପହିଲାରୁ ନିଜର ବିଭିନ୍ନ ମଡେଲର ଦର ବଢାଇବା ବୋଲି ଆଜି ଘୋଷଣା କରିଛି। ବିଭିନ୍ନ ମଡେଲର ମୋଟରସାଇକେଲ ଓ ସ୍କୁଟରର ଦର ୨ ହଜାର ଟଙ୍କା ପର୍ଯ୍ୟନ୍ତ କମ୍ପାନି ବୃଦ୍ଧି କରିବ।

ଗତ ସପ୍ତାହରେ ମାରୁତି-ସୁଜୁକୀ, ଟୟୋଟା,ଫୋର୍ଡ ଇଣ୍ଡିଆ, ମହନ୍ଦ୍ରା, ମର୍ସିଡିଜ ବେଞ୍ଜ୍‌, ଅଡି ଆଦି ଅଟୋମୋବାଇଲ କମ୍ପାନି ଦରବୃଦ୍ଧି କରିବା ବିଷୟରେ ଘୋଷଣା କରିଥିଲେ। ତେବେ ଦରବୃଦ୍ଧି ସଂପର୍କରେ ହୋଣ୍ଡା ଏପର୍ଯ୍ୟନ୍ତ ଘୋଷଣା କରିନାହିଁ। ଆସନ୍ତା ଏପ୍ରିଲ ୧ରୁ ଦେଶରେ ବିଏସ-୬ ପ୍ରଦୂଷଣ ମାନଦଣ୍ଡ ଲାଗୁ ହେବ। ଏହି ମାନଦଣ୍ଡ ବିଶିଷ୍ଟ ଗାଡ଼ି ନିର୍ମାଣ ପାଇଁ କମ୍ପାନିମାନେ ବିପୁଳ ପରିମାଣର ପୁଞ୍ଜିନିବେଶ କରିଥିବା ଦର ବୃଦ୍ଧିର କାରଣ। ଏହାଛଡା କଞ୍ଚାମାଲ ଯଥା ଷ୍ଟିଲ, ଆଲୁମିନିୟମ, ରବର ଆଦିର ଦରବୃଦ୍ଧି ଯୋଗୁ ଯାନବାହାନର ଦରବୃଦ୍ଧି ଜରୁରୀ ହୋଇପଡ଼ିଛି ବୋଲି କମ୍ପାନିମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *