Wed. Feb 19th, 2020

ଶୀତ ଦିନେ କମଳା ଖାଇବା ଜରୁରୀ

ଶୀତ ଦିନେ ଶରୀରରୁ ଜଳୀୟ ଅଂଶ କମି ଯାଉଥିବା କାରଣରୁ କମଳା ଖାଇବା ନିହାତି ଜରୁରୀ। ଏହି ମିଠା ଓ ସ୍ଵାଦିଷ୍ଟ ଫଳ ଖାଇବା ଦ୍ଵାରା ଶରୀରର ଅତିରିକ୍ତ ଚର୍ବି କମ୍‌ ହୋଇଥାଏ। କମଳାରେ ଥିବା ‘ଭିଟାମିନ୍‌ ସି’ ଓ ଆଣ୍ଟି ଅକ୍ସିଡାଣ୍ଟ୍‌ ଶରୀର ପାଇଁ ଖୁବ୍‌ ହିତକର। କମଳାରେ କ୍ୟାଲୋରି କମ୍‌ ରହିଥିବା ବେଳେ ପୋଷଣ ତତ୍ତ୍ଵ, ଫାଇବର୍‌ ଓ ଭିଟାମିନ୍‌ ସି ଭର୍‌ପୂର ରହିଛି। ଯାହାକି ପେଟରୁ ଚର୍ବି କାଟିବାରେ ସହାୟ ହୋଇଥାଏ। କମଳା ଖାଇବା ଦ୍ଵାରା ତ୍ଵଚା ସୁସ୍ଥ ରହିବା ସହ ଅନ୍ୟାନ ରୋଗ କମ୍‌ ହୋଇଥାଏ। ନିୟମିତ କମଳା ଖାଇବା ଦ୍ଵାରା କକର୍ଟ ଓ ହୃଦ୍‌ଘାତ ହେବାର ଆଶଙ୍କା ମଧ୍ୟ କମ୍‌ ହୋଇଥାଏ।

Leave a Reply

Your email address will not be published. Required fields are marked *