Wed. Feb 19th, 2020

୭ ଜଣ ଭାରତୀୟଙ୍କ ଭିତରୁ ଜଣେ ମାନସିକ ଅସୁସ୍ଥତା ରୋଗର ଶିକାର

ନୂଆଦିଲ୍ଲୀ: ଲୋକଙ୍କ ଭିତରେ ମାନସିକ ରୋଗ ବୃଦ୍ଧି ପାଉଛି। ୭ ଜଣ ଭାରତୀୟଙ୍କ ମଧ୍ୟରୁ ଜଣେ ଏହି ରୋଗର ଶିକାର ହେଉଛନ୍ତି। ଗବେଷଣାରୁ ଏହି ତଥ୍ୟ ଜଣାପଡିଛି। କେବଳ ସେତିକି ନୁହେଁ ଏହି କାରଣରୁ ହିଁ ଆତ୍ମହତ୍ୟାଜନିତ ମୃତ୍ୟୁ ସଂଖ୍ୟା ଦେଶରେ ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ମାନସିକ ରୋଗର ଶିକାର ହୋଇଥିବା ବ୍ୟକ୍ତିମାନେ ଆତ୍ମହତ୍ୟା କରୁଥିବା ଦେଖିବାକୁ ମିଲିଥିବା ବେଳେ ଏ କ୍ଷେତ୍ରରେ ମହିଳାମାନଙ୍କ ଅପେକ୍ଷା ପୁରୁଷମାନେ ବେଶି ପ୍ରଭାବିତ ହେଉଛନ୍ତି।

ଭାରତରେ ଏହି ରୋଗ ୧୯୯୦ ମସିହା ପରଠାରୁ ଦେଖିବାକୁ ମିଳିଛି। ୨୦୧୭ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ଵିଗୁଣିତ ହୋଇଛି। ଅତ୍ୟଧିକ ମାନସିକ ଚାପ ଏହାର ମୁଖ୍ୟ କାରଣ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଅବସାଦ, ବିକାର, ସିଜୋଫ୍ରେନିଆ, ବୌଦ୍ଧିକ ଅକ୍ଷମତା, ଆଚରଣ ବିକାର ଓ ଆତ୍ମକେନ୍ଦ୍ରିତ ଆଦି ରୋଗରେ ୨୦୧୭ ମସିହାରେ ପ୍ରାୟ ୧୪.୩ ପ୍ରତିଶତ ଭାରତୀୟ ଶିକାର ହୋଇଥିବା ଗବେଷଣାରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *