Wed. Jan 29th, 2020

ବିବାହ ପାଇଁ ପୁରୁଷକୁ ସହିବାକୁ ପଡେ ବିଦ୍ୟୁତ ଆଘାତ

ବିବାହ ପାଇଁ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ବିବାହ ପୂର୍ବରୁ ଏସବୁ ମାନିବାକୁ ହୁଏ। ବର୍ତ୍ତମାନର ବିଜ୍ଞାନ ଯୁଗରେ ବି ପୂର୍ବ ପ୍ରଥାକୁ ଲୋକେ ମାନି ଚାଲୁଛନ୍ତି। ଏପରି ଦେଶ ଅଛି ଯେଉଁଠାରେ ବିବାହ ପୂର୍ବରୁ ପୁରୁଷଙ୍କୁ ନିଜର ପୌରୁଷତ୍ଵ ପ୍ରମାଣ କରିବାକୁ ପଡିଥାଏ। ଦିଆଯାଏ ବିଦ୍ୟୁତ କରେଣ୍ଟ। ଏହି ଆଘାତ ସହିଲେ ପୁରୁଷ ପରୀକ୍ଷାରେ ପାସ୍‌ କରେ। ଆଉ ଯୁବତୀଙ୍କୁ ବିବାହ କରିବାକୁ ହୁଏ ଯୋଗ୍ୟ ବିବେଚିତ।

ଏଭଳି ବିରଳ ପରମ୍ପରା ରହିଛି ଦକ୍ଷିଣ ଆମେରିକାର ଏକ ଜନଜାତି ସମ୍ପ୍ରଦାୟରେ। ଏହି ପରମ୍ପରା ଅନୁଯାୟୀ ଯୁବତୀମାନେ ନିଜ ବିବାହ ପୂର୍ବରୁ ପସନ୍ଦ ପୁରୁଷଙ୍କୁ ସେମାନଙ୍କ ପୌରୁଷତ୍ଵର ପ୍ରମାଣ ମାଗିଥାନ୍ତି। ପୁରୁଷ ଦିଅନ୍ତି ପୌରୁଷତ୍ଵର ପରୀକ୍ଷା। ଏହି ଅଜବ ନିୟମ ପାଳନ ପାଇଁ ପ୍ରଥମେ ପୁରୁଷକୁ ମଦ ପିଇବାକୁ ଦିଆଯାଏ। ଏହାର କିଛି ସମୟ ପରେ ଦିଆଯାଏ ୧୨୦ଭୋଲ୍ଟର ବିଦ୍ୟୁତ ଆଘାତ। ଯଦି ପୁରୁଷ ଜଣକ ବିଦ୍ୟୁତ ଆଘାତ ସହିଯାଆନ୍ତି ତେବେ ସେ ପୌରୁଷତ୍ଵ ପରୀକ୍ଷାରେ ପାସ୍ ହୁଏ। ତାଙ୍କୁ ପସନ୍ଦ କରିଥିବା ଯୁବତୀଙ୍କ ସହିତ ହୁଏ ବିବାହ। ଫେଲ ହେଲେ ବିବାହ ପ୍ରସ୍ତାବ ଭାଙ୍ଗିଯାଏ। ଯୁବତୀ ଜଣକ ତାଙ୍କୁ ବିବାହ କରିବାକୁ ମନା କରିଦେଇଥାନ୍ତି।

Leave a Reply

Your email address will not be published. Required fields are marked *