Wed. Feb 19th, 2020

ଟମାଟୋ ଅଣ୍ଡାଠାରୁ ଉପକାରୀ

ଭାରତୀୟ ତରକାରୀରେ ଟମାଟୋର ଆବଶ୍ୟକତା ପଡେ। ଟମାଟୋ ବିନା ସାଲାଡ୍‌, ସୁପ୍‌, ଆଚାର, ଚଟଣୀ, କ୍ୟାଚ୍‌ଅପ ଇତ୍ୟାଦି କରାଯାଇ ପାରିବ ନାହିଁ। ତରକାରୀକୁ ସ୍ଵାଦିଷ୍ଟ କରିବା ପାଇଁ ଏହା ନିହାତି ଜରୁରୀ। କିନ୍ତୁ ଟମାଟୋରେ ରହିଛି ଅନେକ ଗୁଣକାରୀ ତତ୍ତ୍ୱ। ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ।

ହର୍ଭାର୍ଡ ମେଡିକାଲ ସ୍କୁଲର ଏକ ଗବେଷଣା ଅନୁସାରେ ଟମାଟୋରେ ଥିବା ତତ୍ତ୍ୱ କେତେକ କ୍ୟାନସର୍‌ରୁ ରକ୍ଷା କରେ। ଛାତି ଓ ଗଳା କ୍ୟାନ୍‌ସର ପାଇଁ ଟମାଟୋ ମହୌଷଧି ଭାବେ କାର୍ଯ୍ୟ କରିଥାଏ। ଟମାଟୋରେ ୦.୯ ଗ୍ରାମ ପ୍ରୋଟିନ୍‌, ୩.୬ ଗ୍ରାମ କାର୍ବୋହାଇଡ୍ରେଟ୍‌ ରହିଛି। ଏହାଛଡା ଟମାଟୋରେ ଅଣ୍ଡା ତୁଳନାରେ ୫ ଗୁଣା ଅଧିକ ଆଇରନ ଥାଏ ବୋଲି ଗବେଷଣା ରିପୋର୍ଟରେ କୁହାଯାଇଛି। ଟମାଟୋରେ ଥିବା କ୍ୟାଲ୍‌ସିୟମ ଦାନ୍ତ ଓ ହାଡକୁ ମଜଭୁତ କରେ। ଶରୀରରେ ରକ୍ତ ପରିମାଣକୁ ବୃଦ୍ଧି କରିବା ସହିତ ଓଜନ କମାଇବାରେ ହୁଏ ସହାୟକ। ତେଣୁ ଟମାଟୋ ଖାଇବା ଆବଶ୍ୟକ। ଟମାଟୋରେ ପ୍ରଚୁର ପରିମାଣରେ ଭିଟାମିନ୍‌-ସି ରହିଛି। ଯାହା ଗର୍ଭବତୀ ମହିଳାଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *