Wed. Feb 19th, 2020

ଶୁକ୍ରବାର ଓ ଶନିବାର ଏସବୁ ଅଞ୍ଚଳରେ ହେବ ବିଦ୍ୟୁତ କାଟ୍

ଭୁବନେଶ୍ୱର :  ଆସନ୍ତାକାଲି ଶୁକ୍ରବାର ଓ ଶନିବାର ଭୁବନେଶ୍ୱର ଏବଂ କଟକର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ। ମରାମତି କାର୍ଯ୍ୟ ପାଇଁ ବିଦ୍ୟୁତ କାଟ ହେବ ବୋଲି ସେସୁ ପକ୍ଷରୁ କୁହାଯାଇଛି।

ଭୁବନେଶ୍ୱରର ସହରାଞ୍ଚଳରେ ଶୁକ୍ରବାର ସକାଳ ୭ଟାରୁ ଦିନ ୧୨ଟା ଯାଏଁ ବିଦ୍ୟୁତ ସେବା ବନ୍ଦ ରହିବ। ପଟିଆ, କାନନବିହାର ଫେଜ୍-୨, ରଘୁନାଥପୁର, ତାରିଣୀ ବିହାର, ମନସୁନ୍ ଗ୍ରୀନ୍, ବିଜେବି ନଗର, ଲୁଇସ୍ ରୋଡ, ଆଚାର୍ଯ୍ୟ ବିହାର, ବୋର୍ଡ କଲୋନି, ଭୋଇ ନଗର, ନୟାପଲ୍ଲୀ, ବେହେରା ସାହି ଓ କଳିଙ୍ଗ ଷ୍ଟାଡିୟମ ଆଦି ଅଞ୍ଚଳରେ ହେବ ବିଦ୍ୟୁତ କାଟ୍। ସେହିପରି ନ୍ୟୁ ଫରେଷ୍ଟ୍ ପାର୍କ ଓ ନାଭାଲ୍ ହାଉସିଂରେ ୧୦ରୁ ୧ଟା, ଆଦର୍ଶ ବିହାର ମାରୁତି ଭିଲାରେ ୨ଟା ୩୦ରୁ ୪ଟା ୩୦ ଯାଏଁ ବୁଦ୍ୟୁତ କଟିବ। କଟକର ନାରଙ୍ଗବସ୍ତ, କାଖାଡି ଓ ଗୁରୁଡିଝାଟିଆରେ ସକାଳ ୮ଟାରୁ ଦିନ ୩ଟା ଓ ନରସିଂହପୁର ଅଞ୍ଚଳରେ ସକାଳ ୮ଟାରୁ ୫ଟା ଯାଏଁ ବିଦ୍ୟୁତ ସେବା ବନ୍ଦ ରହିବ।

ସେହିପରି ୪ ତାରିଖ ଅର୍ଥାତ ଶନିବାର ଦିନ ଭୁବନେଶ୍ୱରର ୟୁନିଟ୍ ୩, ଡାଲମା ହୋଟେଲ, ମଧୂସୁଦନ ନଗର, ଶାସ୍ତ୍ରୀ ନଗର, ଏନଆଇସି, ଶ୍ରୀୟା ଛକରେ ସକାଳ ୮ଟାରୁ ୧୧ଟା ଯାଏଁ ବିଦ୍ୟୁତ ସେବା ବନ୍ଦ ରହିବ। ବିଡିଏ କଲୋନି, ରେଳ ବିହାର, ନାବାର୍ଡ୍, ନହରକଣ୍ଟା, ସାଇ ବିହାର, ମନସୁନ୍ ଗ୍ରୀନ, ବମିଖାଲ, ନାଗେଶ୍ୱର ଟାଙ୍ଗୀ, ଜଗନ୍ନାଥ କଲୋନି, ଟଙ୍କପାଣି ରୋଡରେ ସକାଳ ୯ରୁ ଦିନ ୩ଟା ଯାଏଁ ବିଦ୍ୟୁତ କାଟ୍ ହେବ। କଟକ ଶିଖରପୁରରେ ସକାଳ ୧୦ରୁ ଦିନ ୧ଟା, ନିଆଳିରେ ୮ଟାରୁ ଦିନ ୧୨ଟା, ନରସିଂହପୁର ଅଞ୍ଚଳରେ ୮ଟାରୁ ୫ଟା ଓ ଡିମିରି ଅଞ୍ଚଳରେ ଦିନ ୩ଟାରୁ ଅପରାହ୍ନ ୫ଟା ଯାଏଁ ବିଦ୍ୟୁତ ସେବା ବନ୍ଦ ରହିବ।

Leave a Reply

Your email address will not be published. Required fields are marked *