Wed. Feb 19th, 2020

ରୋଷେଇ ମହିଳାଙ୍କ କାମ କୁହାଯାଉଥିବା ପର୍ଯ୍ୟନ୍ତ ସେମାନଙ୍କୁ ସମ୍ମାନ ମିଳିବନି: ପୋଲିସ କମିଶନର୍

ଭୁବନେଶ୍ୱର : ଆମ ଦେଶରେ ଯେତେଦିନ ପର୍ଯ୍ୟନ୍ତ ରୋଷେଇ ମହିଳାମାନଙ୍କ କାମ ବୋଲି କୁହାଯାଉଥିବ ସେତେଦିନ ଯାଏଁ ମହିଳାମାନଙ୍କୁ ସମ୍ମାନ ମିଳିବନି। ସ୍କୁଲ ବେଳରୁ ପୁଅମାନେ ରୋଷେଇ ଶିଖିବା ଉଚିତ୍‌। କାରଣ ଜଣେ ରୋଷେଇ ନକଲେ ରୋଷେଇର ଗୁରୁତ୍ୱ ବୁଝିପାରିବନି। ତେଣୁ ମହିଳାମାନଙ୍କୁ ଯେମିତି ସମ୍ମାନ ମିଳିବ ସେ ଦିଗରେ ଆମକୁ କାମ କରିବାକୁ ପଡ଼ିବ। ଏହା କହିଛନ୍ତି ପୋଲିସ କମିଶନର୍ ସୁଂଧାଶୁ ଷଡ଼ଙ୍ଗୀ।

ମହିଳାଙ୍କୁ ସ୍ୱାବଲମ୍ବୀ ଓ ସଶକ୍ତ କରିବାକୁ ଆହ୍ୱାନ ଦେଇ ଶ୍ରୀ ଷଡ଼ଙ୍ଗୀ କହିଲେ ମହିଳାମାନଙ୍କୁ କେବଳ ରୋଷେଇ ଘରେ ସୀମିତ ରଖାଯିବ ଉଚିତ ନୁହେଁ। ପୁଅମନର ରୋଷେଇ ଶିଖିବା ଆବଶ୍ୟକ। ଯେଉଁ ପୁଅମାନେ ରୋଷେଇ କରିବାକୁ ଚାହୁଁ ନାହାନ୍ତି ସେମାନଙ୍କୁ ଯୁବତୀମାନେ ବିବାହ କରିବାକୁ ମନା କରିବା ଦରକାର।

କଲେଜ ଦିନର ଏକ ସ୍ମୁତିକୁ ଉଦାହରଣ ଦେଇ ଶ୍ରୀ ଷଡ଼ଙ୍ଗୀ କହିଲେ ମୁଁ ରେଭେନ୍ସା କଲେଜରେ ପଢ଼ୁଥିବା ସମୟରେ କଲେଜରେ ଜଣେମାତ୍ର ଝିଅ ସାଇକେଲରେ ଆସୁଥିଲା। ବାକି ସମସ୍ତେ ରିକ୍ସାରେ ଆସୁଥିଲେ। ତାଙ୍କୁ ଯିଏ କମେଣ୍ଟ ମାରିବ ଶୁଣି ନଶୁଣିଲା ଭଳି ସେମାନେ ଆସୁଥିଲେ। କେହି ପ୍ରତିବାଦ କରୁ ନଥିଲେ। କିନ୍ତୁ ବର୍ତ୍ତମାନ ସମୟ ବଦଳିଯାଇଛି ବୋଲି ସେ ମତ ଦେଇଥିଲେ।

Leave a Reply

Your email address will not be published. Required fields are marked *