Wed. Feb 19th, 2020

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ହେଲେ ନିରଞ୍ଜନ ସେଠୀ

ଭୁବନେଶ୍ୱର : ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ତଥା ଯୁଗ୍ମ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ନିରଞ୍ଜନ ସେଠୀଙ୍କର ନିର୍ଦ୍ଦେଶକ (ବୈଷୟିକ) ପଦବୀକୁ ପଦନ୍ନୋତି ହୋଇଛି। ଶ୍ରୀ ସେଠୀ ତାଙ୍କର ୩୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ ସମୟରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଲୋକ ସଂପର୍କ ଅଧିକାରୀ, ବିଭିନ୍ନ ଜିଲ୍ଲାରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଉତ୍ତରାଞ୍ଚଲ ଉପ ନିର୍ଦ୍ଦେଶକ ( ସମ୍ବଲପୁର), ବିଭାଗର ପ୍ରାୟତଃ ସବୁ ବ୍ରାଞ୍ଚରେ ବ୍ରାଞ୍ଚ ଅଫିସର ଭାବେ କାର୍ଯ୍ୟକରି ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଗତ ୨୦୧୯ ସାଧାରଣ ନିର୍ବାଚନରେ ନିର୍ବାଚନ ଆୟୋଗଙ୍କ ସୁପାରିଶରେ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସେ ମିଡିଆ ମ୍ୟାନେଜମେଣ୍ଟ ଓ ସୋସିଆଲ ମିଡିଆର ନୋଡାଲ ଅଫିସର ଭାବେ ଅତି ସଫଳତାର ସହିତ କାର୍ଯ୍ୟକରିଛନ୍ତି। ମିଡିଆ ମ୍ୟାନେଜମେଣ୍ଟ କ୍ଷେତ୍ରରେ ଅନେକ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟକରି ସେ ଗଣମାଧ୍ୟମ ଜଗତରେ ବେଶ ପରିଚିତ ହୋଇପାରିଛନ୍ତି। ରାଜ୍ୟ ସରକାରଙ୍କ ୫-ଟି ଆଧାରରେ ପଦନ୍ନୋତି ପ୍ରକ୍ରିୟା ତ୍ୱରାନ୍ୱିତ ହେବା ଫଳରେ ଶ୍ରୀ ସେଠୀଙ୍କର ଦୀର୍ଘ ଦିନର ଅଭିଜ୍ଞତା ଓ ବିଭାଗୀୟ କାର୍ଯ୍ୟରେ ବୈଷୟିକ ଦକ୍ଷତାକୁ ଉପଲବ୍ଧି କରି ରାଜ୍ୟ ସରକାର ତାଙ୍କୁ ନିର୍ଦ୍ଦେଶକ ( ବୈଷୟିକ) ଭାବେ ପଦନ୍ନୋତି ଦେଇଛନ୍ତି। ତାଙ୍କର କର୍ତ୍ତବ୍ୟ ନିଷ୍ଠା, ଦୀର୍ଘ ଅଭିଜ୍ଞତା ଆଗାମୀ ଦିନରେ ୫-ଟି ଆଧାରରେ ବିଭାଗକୁ ଅଧିକ ସକ୍ରିୟ କରିବ ବୋଲି ଆଶା ଓ ବିଶ୍ୱାସ।

Leave a Reply

Your email address will not be published. Required fields are marked *