Wed. Feb 19th, 2020

ଟାଟାଷ୍ଟିଲ ସାହିତ୍ୟୋତ୍ସବରେ ଏକତ୍ରିତ ହେବେ ସାଂସ୍କୃତିକ ଜଗତର ଖ୍ୟତନାମା ବ୍ୟକ୍ତିତ୍ୱ

ଭୁବନେଶ୍ୱର : ମନ୍ଦିରମାଳିନୀ ନଗରୀ ଭୁବନେଶ୍ୱରରେ ଜାନୁଆରୀ ୧୦ ରୁ ୧୨ ତାରିଖ ମଧ୍ୟରେ ଟାଟାଷ୍ଟିଲ ଭୁବନେଶ୍ୱର ସାହିତ୍ୟୋତ୍ସବର ୫ମ ସଂସ୍କରଣ ଆୟୋଜନ କରାଯିବ ବୋଲି ଆଜି ଟାଟାଷ୍ଟିଲ ପକ୍ଷରୁ ଘୋଷଣାକରା ଯାଇଛି। ତିନିଦିନ ଧରି ସଂଗୀତ, ନୃତ୍ୟ ଓ ମଞ୍ଚ ପ୍ରଦର୍ଶନ ସହିତସାହିତ୍ୟ ଓ ଏ ସମ୍ପର୍କିତ ସାଂସ୍କୃତିକ କାର୍ଯ୍ୟକ୍ରମରଆୟୋଜନ କରାଯିବ। ପ୍ରତିଭାବାନ ସାହିତ୍ୟିକ ଗୋଷ୍ଠୀକୁ ପ୍ରୋତ୍ସାହିତ କରିବା ସହିତ ସ୍ଥାନୀୟ ଅଞ୍ଚଳର ସମୃଦ୍ଧ ସଂସ୍କୃତିର ପ୍ରସାର ଲକ୍ଷ୍ୟରେ ଟିଏସବିଏଲ୍ଏମର ୫ମ ସଂସ୍କରଣ ଆୟୋଜନ କରାଯାଉଛି।

ଏହି ଅବସରରେ ଟାଟାଷ୍ଟିଲ କର୍ପୋରେଟ ସର୍ଭିସେସ ବିଭାଗ ଭାଇସ ପ୍ରେସିଡେଣ୍ଟ ଚାଣକ୍ୟ ଚୌଧୁରୀ କହିଛନ୍ତି ସାଂସ୍କୃତିକ ଓ ବୌଦ୍ଧିକ କ୍ଷେତ୍ରରେ ଓଡ଼ିଶାସର୍ବଦା ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ବେଳେ ଭାରତୀୟ ସାହିତ୍ୟର କିଛି ଅତୁଳନୀୟ ରଚନାରେ ରାଜ୍ୟର ଖ୍ୟାତନାମା ବ୍ୟକ୍ତିତ୍ୱଙ୍କ ଅଶେଷ ଯୋଗଦାନ ରହିଛି। ଟାଟାଷ୍ଟିଲ ଭୁବନେଶ୍ୱର ସାହିତ୍ୟୋତ୍ସବଏକ ବାର୍ଷିକ କାର୍ଯ୍ୟକ୍ରମ। ଯାହା ଭୁବନେଶ୍ୱରର ବିଚାରଶୀଳ ଦର୍ଶକ ଓ ବିଭିନ୍ନ ସ୍ଥାନରୁ ଆସିଥିବା କଳାତ୍ମକ ଓ ସାଂସ୍କୃତିକ କ୍ଷେତ୍ରର ପୁରୋଧାଙ୍କ ମଧ୍ୟରେ ଯୋଗସୁତ୍ର ସ୍ଥାପନ କରିବା ପାଇଁଏକ ମଂଚ ପ୍ରଦାନ କରିଥାଏ। ଏହି ସାଂସ୍କୃତିକ ଉତ୍ସବ ପ୍ରତି ଲୋକମାନଙ୍କ ଆଗ୍ରହ ପ୍ରତ୍ୟେକ ବର୍ଷ ଆମକୁ ଉକ୍ତକାର୍ଯ୍ୟକ୍ରମକୁ ଅଧିକ ସମୃଦ୍ଧ କରିବାକୁ ପ୍ରୋତ୍ସାହିତ କରୁଛି। ଚଳିତବର୍ଷ ମଧ୍ୟ ଏହି ସାହିତ୍ୟୋତ୍ସବ ସାହିତ୍ୟିକ ଓ ଦର୍ଶକମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହେବ ବୋଲି ମୋର ଦୃଢ ବିଶ୍ୱାସ ରହିଛି।

Leave a Reply

Your email address will not be published. Required fields are marked *