Wed. Feb 19th, 2020

ଆକ୍ସିସ୍ ବ୍ୟାଙ୍କର ବରିଷ୍ଠ ପଦପଦବୀରେ ନୂଆ ନିଯୁକ୍ତି

ଭୁବନେଶ୍ୱର : ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ବରିଷ୍ଠ ପଦପବଦୀରେ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ପ୍ରଦାନ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି। ନବୀନ ତାହିଲୟାନିଙ୍କୁ ବ୍ୟାଙ୍କର ବ୍ୟାଙ୍କିଙ୍ଗ ଅପରେସନ ଆଣ୍ଡ ଟ୍ରାନ୍ସଫର୍ମେସନର ଗ୍ରୁପ୍ ଏକଜିକ୍ୟୁଟିଭ୍ ମୁଖ୍ୟ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଅମିତ ତାଲଗେରିଙ୍କୁ ବ୍ୟାଙ୍କର ଚିଫ୍ ରିସ୍କ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି ।

ଶ୍ରୀ ତାହିଲୟାନିଙ୍କ କାର୍ଯ୍ୟକାଳ ୨୦୨୦ ଜାନୁଆରି ୬ରୁ ଆରମ୍ଭ ହେବ। ସେ ବ୍ୟାଙ୍କର ଅପରେସନ, ପ୍ରଯୁକ୍ତି, ରଣନୀତି ଓ ଆନାଲିଟିକ୍ସ (ବିଆଇୟୁ) ଦାୟିତ୍ୱର ଦେଖାଶୁଣା କରିବେ। ସେହିପରି ଅମିତଙ୍କ କାର୍ଯ୍ୟକାଳ ୨୦୨୦ ଜାନୁଆରି ୧ରୁ ଆରମ୍ଭ ହୋଇଛି। ସେ ତିନି ବର୍ଷ ପାଇଁ ଏହି ପଦରେ କାର୍ଯ୍ୟ କରିବେ।
ଉଭୟ ନବୀନ ଓ ଅମିତ ବ୍ୟାଙ୍କର ପରିଚାଳନା ନିର୍ଦେଶକ ଓ ସିଇଓ ଅମିତାଭ ଚୌଧୁରୀଙ୍କୁ ରିପୋର୍ଟ କରିବେ। ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ସଂକ୍ରାନ୍ତରେ ଅମିତ କହିଛନ୍ତି ବହୁତ ଭଲ ଟ୍ରାକ୍ ରେକର୍ଡ ଥିବା ଦୁଇ ଜଣଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ପ୍ରଦାନ କରିଥିବାରୁ ଆମେ ଆନନ୍ଦିତ। ନବୀନଙ୍କ ଠାରେ ବଜାରର ଅଗ୍ରଣୀ ଥିବା ସଂସ୍ଥାରେ ବିବିଧ କାର୍ଯ୍ୟ କରିବାର ଗଭୀର ଓ ମୂଲ୍ୟବାନ ଅଭିଜ୍ଞତା ରହିଛି।

ନବୀନ ତାହିଲୟାନିଙ୍କର ଉଭୟ ପରିଚାଳନା ଓ କନସଲଟିଂରେ ଦୀର୍ଘ ୨୨ ବର୍ଷର ଅଭିଜ୍ଞତା ରହିଛି। ଏହା ପୂର୍ବରୁ ସେ ବୀମା କଂପାନି ଏଆଇଏର ଗ୍ରୁପ୍ ପାର୍ଟନରସିପ ଡିଷ୍ଟ୍ରିବ୍ୟୁସନର ସିଇଓ ଭାବେ କାର୍ଯ୍ୟ କରୁଥିଲେ। ଟାଟା ଏଆଇଏ ଲାଇଫ୍ ଇନ୍ସ୍ୟୁରାନ୍ସର ଏମଡି ଓ ସିଇଓ ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। ଅମିତଙ୍କର ବ୍ୟାଙ୍କିଙ୍ଗ ଓ ଆର୍ଥିକ ସେବା କ୍ଷେତ୍ରରେ ୨୪ ବର୍ଷର ଅଭିଜ୍ଞତା ରହିଛି।

Leave a Reply

Your email address will not be published. Required fields are marked *